STORYMIRROR

Prabhati Mahapatra

Romance Tragedy Inspirational

3  

Prabhati Mahapatra

Romance Tragedy Inspirational

ଫିକା ଲାଗେ ପ୍ରେମ ରଙ୍ଗ

ଫିକା ଲାଗେ ପ୍ରେମ ରଙ୍ଗ

1 min
246

କେଉଁ ରଙ୍ଗ ବୋଳି ଦେଲ 

ଆହେ ମୋର କଳା ଜହ୍ନ

କେଉଁ ରଙ୍ଗ ବୋଳି ଦେଲ

ଦେହ ମନ ଭିିିଜି ଗଲା

ଭୂଲିବି କି ଏଇ ଦିନ ।।

ଦେଖିବେ ଦୁନିଆଁ ଲୋକ

ରଖିବେ କଳଙ୍କ ତୋପ

ଶୁଣିବେ ଶାଶୁ ନଣନ୍ଦ

ନିନ୍ଦାରେ ଭରିବେ କାନ

ଭୂଲିବି କି ଏଇ ଦିନ ।।

ଆଗ ପଛେ ଗୋପାଳୁଣୀ

ଲେଖିବେ ପ୍ରେମ କାହାଣୀ

କେମିତି ଚାଲିବି ଗୋପେ

ହଜିଲା ମୋ ବୁୁଦ୍ଧି ଜ୍ଞାନ

ଭୂଲିବି କି ଏଇ ଦିିନ ।।

ଫଗୁୁୁୁଣରେ ଫଗୁ ବୋଳି

କୁଞ୍ଜବନେ କଲ କେଳି

ଏବେ ମୁଁ ଭାଳୁଛି ବସି

କେମିତି ଯିବ ମୋ ଦିନ

ଭୂଲିବି କି ଏଇ ଦିନ ।।

ଦ୍ଵାରପରେ ଚନ୍ଦ୍ରଶେଣା

ମୋ ସାଙ୍ଗେ ହେଲା ବିମନା

ଯମୁନା ଘାଟ  ନଥଏ

ଲାଜରେ ଛାଡିଲି ସ୍ଥାନ

ଭୂଲିବି କି ଏଇ ଦିିନ ।।

ନନ୍ଦରାଣୀ କଥା ଭାବି

ଲୁଚି ଯାନ୍ତି ଭାଗ୍ୟ ରବି

ସବୁ ଦୋଷ ମୋତେ ଦେବେ

ନିରାଶେ ନତ ନୟନ

ଭୂଲିବି କି ଏଇ ଦିନ ।।

ବସନ୍ତ କଲା ବାତୁଳି

ରଖିଲି ତୁୁୁମର ଅଳି

ଭାସି ଗଲି ପ୍ରେମ ସ୍ରୋତେ

ଏବେ ରଖ ମୋର ପ୍ରାଣ

ଭୂଲିବି କି ଏଇ ଦିନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance