STORYMIRROR

Geetanjali Prusty

Fantasy Others

4  

Geetanjali Prusty

Fantasy Others

ଫଗୁଣର ପ୍ରତିଛବି

ଫଗୁଣର ପ୍ରତିଛବି

1 min
226


ମଧୁପର ମଧୁ ଗୁଞ୍ଜନେ ମୋହିତ

ଫଗୁଣର ପ୍ରତିଛବି

ଉଡ଼େ ପ୍ରଜାପତି ଫୁଲରୁ ଫୁଲକୁ

ପୁଲ୍ଲକିତ ହୁଏ କବି ll


ମୃଦୁ ମଳୟର ମୁଗ୍ଧ ପ୍ରତିଧ୍ୱନି

ପ୍ରୀତି ସମ୍ଭାଷଣ ଧାରା

ହସେ କୃଷ୍ଣଚୂଡ଼ା ହସୁଛି ମାଳତୀ

ଶୋଭା ଯା'ର ଅପାସୋରା ll


ପୁନଃ ପଲ୍ଲବିତ ସବୁଜ ଉଦ୍ଭିଦ

ଗାଏ ଆବାହନୀ ଗୀତ

ଆସ ରାଧାକୃଷ୍ଣ ରାଇ ଦାମୋଦର

ପ୍ରେମ ତୁମ ଅପ୍ରାକୃତ ll


ଦୋଳ ବିଭାନରେ ବୁଲି ଫଗୁଣରେ

ଘରେ ଘରେ ଖାଇ ଭୋଗ

ହୁନ୍ଦର ଲଗାଇ କରୁଛ ମେଲଣ

ମର୍ତ୍ତ୍ୟ ପାଲଟିଛି ସ୍ୱର୍ଗ ll


ଆମ୍ର କାନନରେ କୋଇଲିର କୁହୁ

ମନରେ ମାଦକ ଭରି

ଭକ୍ତି ପୁଷ୍ପାଞ୍ଜଳି ନଇବେଦ୍ୟ ବାଢ଼େ

ସତେକି ଅଳକାପୁରୀ ll


ଉଦ୍ୟାନ ମଧ୍ୟରୁ ଭାସି ଆସୁଅଛି

ନବ ମଲ୍ଲୀକା ର ବାସ

ଭାସିବି ଆସୁଛି ସୁଗନ୍ଧ ରାଜର

ସୁମଞ୍ଜୁଳ ଦରହାସ ll


କିବା ଅନୁପମ ସ୍ବପ୍ନ ଚାରୁଚିତ୍ର

ବିଭାବରୀ ବସୁମତୀ

ପ୍ରୀତି ଅନୁରାଗେ ମିଳନ ସୁହାଗେ

ଅମ୍ଳାନ ଅମରାବତୀ ll


ନିର୍ମଳ ଅମ୍ବରେ ଚାରୁ ଚନ୍ଦ୍ରାୟିତ

ଶଶାଙ୍କର ଜ୍ୟୋତ୍ସ୍ନା ରାଶି

ବିଛାଡି ହୋଇଛି ପୁରପଲ୍ଲୀ ଠାରେ

ସୁଲଳିତ ହସ ହସି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy