STORYMIRROR

Mr.GAGAN BIHARI NAYAK

Romance Fantasy Inspirational

3  

Mr.GAGAN BIHARI NAYAK

Romance Fantasy Inspirational

ଫଗୁଣକୁ ଭଲ ପାଅ

ଫଗୁଣକୁ ଭଲ ପାଅ

1 min
839


ଫୁଲ ସହରରେ ରହୁଛ ବୋଲିତ

ଫଗୁଣକୁ ପାଅ ଭଲ ।

ଶ୍ରାବଣୀ ଦେଉଛି ମୋ ଆଖିରେ ଲୁହ

କେମିତି ବଞ୍ଚିବି କୁହ ।


ଦିନ ବିତେ ଏଠି ଫୁଲର ଆୟୁଷେ

ଫୁଟି ଝରି ଯିବା ପରି ।

ମୁଁ ଖୋଜି ବୁଲୁଛି ତୁମ ଦେଖା ଟିକେ

ଅସୁମାରୀ ସ୍ମୃତି ଧରି ।

ନାଚେ ଅଶରିରୀ ଚଉପାଶେ ଘେରି

ଭାଙ୍ଗେ ଜୀଇଁବାର ମୋହ ।


ଆସିଥିଲ ଦିନେ ଏ ମନ ଗୋପନେ

ଥିରି ଥିରି ପାଦ ଚାପି ।

ଜହ୍ନ ଆଲୁଅ ରେ ମୁକୁଳା ବୁକୁରେ

ଶୋଉଥିଲ ଗପ ଗପି ।

ସେଦିନର କଥା ସ୍ମୃତି ହେଇଗଲା

ଯେବେ ଆଡେଇଲ ମୁହଁ ।



साहित्याला गुण द्या
लॉग इन

Similar oriya poem from Romance