ଫଗୁଣ ସଞ୍ଜରେ
ଫଗୁଣ ସଞ୍ଜରେ
କ୍ଳାନ୍ତ ଅସ୍ତାଚଳେ ଉଦାସୀ ପଲକେ
ଚାହିଁଛି ସୂରୁଯ ଦେଖ
ମଞ୍ଜୁଳା ଚିଲିକା ରଙ୍ଗେ ବିଭୁଶିତା
ଅଳସେ ଲୋଟାଏ ବକ୍ଷ ।
ଗୋଧୂଳି ଲଗନ କରେ ହୀନିମାନ
ଲୁଚାଇ ହୁଏନା କଥା
ବ୍ୟାପିଛି ସରଗୁ ମରତ ମଣ୍ଡଳେ
ଦେଇ ଜୀବନ ବାରତା ।
କିଏ କହା ସଙ୍ଗେ କିଭଳି ସଂରଚ଼େ
ମିଳନ ପର୍ବର ଭାବ
ଉଦାସ ଉଚ୍ଛ୍ବାସ ବିରହ ବିଶ୍ବାସ
ଅଛି ଯେତେ ଅନୁଭବ ।
ଫଗୁଣ ନିରତି ମନେ ଆଣେ ଭିତି
ଯେବେ ପାଶୁ ଯିବ ଚାଲି
କେଉଁ ରଙ୍ଗ ଫୁଲ ହେବ ଝଲମଲ
ପ୍ରିୟାର ଖୋସାରେ ଝୁଲି ।
ଫଗୁଣ ରୁଷିବ ପ୍ରିୟା ବି ରୁଷିବ
ଗାଇ ଝିଙ୍କାରୀ ରାଗିଣୀ
ମନ ଝଡ଼ାଦେଲେ ଭାବନା ବହିଲେ
ହେବ ଅଦିନ ଧରଣୀ ।
ପ୍ରଶାନ୍ତ କୁମାର ସାହୁ ,ଛତ୍ରଗଡ଼,ଖୋର୍ଦ୍ଧା
