STORYMIRROR

Kalpana Satpathy

Classics Fantasy Inspirational

3  

Kalpana Satpathy

Classics Fantasy Inspirational

ଫେରିବାର ବେଳ

ଫେରିବାର ବେଳ

1 min
139

ସବୁ ବନ୍ଧନକୁ ଛିନ୍ନ କରି ଫେରିବାର ବେଳ

ଦିନେ ନା ଦିନେ ହେବ ଉପଗତ

ମାୟା ମୋହ ସବୁ ଯିବ ଅପସରି

କେବଳ ଥିବ ମୁଠାଏ ପାଉଁଶ।

ଜୀବ ପରମ ରୂପ ଧରି

ଆତ୍ମାରାମ ଘୋଷି ଘୋଷି

ହିସାବ ଖାତାରେ ଆଙ୍କୁଥିବ

କର୍ମର ହିସାବ।

ପବିତ୍ର ଆତ୍ମା ଟିଏ ମିଶିଯିବ

କାହିଁ ଯାଇ ଦୁରଦିଗଳୟରେ

ମନପକ୍ଷୀ ଗାଉଥିବ ରାମନାମ

ଅନ୍ତର ର ନିଭୃତ କୋଣରେ

ପଡିରହି ଆଶ୍ରିତ ହୋଇ

ଭଗବାନ ଙ୍କର ଆଶୀର୍ବାଦ

କିଛି ତ ନେବାର ନାହିଁ

ଆସିଅଛ ଖାଲିହାତେ

ଯିବ ସେହି ଖାଲି ହାତରେ

କେବଳ ଶୁଭୁଥିବ ଶ୍ରୀହରିଙ୍କ

ସହସ୍ର ନାମର ଭଜନ

ମୋକ୍ଷ ପ୍ରାପ୍ତିର ମାର୍ଗ ସେହି

ଏକା ଯଦୁପତି ଶ୍ରୀରଙ୍ଗାଧର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics