STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଫେରିଆ ଧନ

ଫେରିଆ ଧନ

1 min
234


ଫେରିଆ ଧନ ମୋ

ଦୂର ରାଇଜେ ରହିଛୁ କାହିଁ

ନିଜ ପରିବାର ତୋତେ କି

ମନେ ପଡୁ ନାହିଁ

ବିକ୍ଷୁବ୍ଧ ନୟନେ ମୁଁ ରହିଛି ଚାହିଁ

ଆଖିରେ ପଡିଲାଣି ପରଳ   

ପଲକ ଆଉ ପଡୁନାହିଁ

ବିସ୍ଫୋରିତ ମନ ମୋ ହେଉଛି ଉତ୍ତାଳେ ଉବେଇ  ଟୁବେଇ    

କେବେ ଦେଖିବି ଧନ

ଚନ୍ଦ୍ର ବଦନ ତୋହରି

ମନ ମୋ ଯାଉଛି ଝୁରି 

ଦୃଷ୍ଟି ଶକ୍ତି ମୋହରି ହେଉଛି

 କ୍ଷୀଣ

ଅବଶ ଶରୀର ହେଉଛି

ଜରାଜୀର୍ଣ୍ଣ

ମରୁତକୁ ମୁଁ ଯେ କରଛି ସାଥୀ

କାନ୍ଦି କହୁଛି ମନ କଥା ତାକୁ

ବାରତାକୁ ସେ ଦେବ ପହଞାଇ

ତୋହରି କତି

ବେଗେ ଆସ ଧନ ଶଙ୍ଖାଳି ମୋ

କରନା ଡେରି ଆସିବା

ଵାଟକୁ ତୋ ରହିଛି ଅନେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational