ଫେରିଆ ଧନ
ଫେରିଆ ଧନ


ଫେରିଆ ଧନ ମୋ
ଦୂର ରାଇଜେ ରହିଛୁ କାହିଁ
ନିଜ ପରିବାର ତୋତେ କି
ମନେ ପଡୁ ନାହିଁ
ବିକ୍ଷୁବ୍ଧ ନୟନେ ମୁଁ ରହିଛି ଚାହିଁ
ଆଖିରେ ପଡିଲାଣି ପରଳ
ପଲକ ଆଉ ପଡୁନାହିଁ
ବିସ୍ଫୋରିତ ମନ ମୋ ହେଉଛି ଉତ୍ତାଳେ ଉବେଇ ଟୁବେଇ
କେବେ ଦେଖିବି ଧନ
ଚନ୍ଦ୍ର ବଦନ ତୋହରି
ମନ ମୋ ଯାଉଛି ଝୁରି
ଦୃଷ୍ଟି ଶକ୍ତି ମୋହରି ହେଉଛି
କ୍ଷୀଣ
ଅବଶ ଶରୀର ହେଉଛି
ଜରାଜୀର୍ଣ୍ଣ
ମରୁତକୁ ମୁଁ ଯେ କରଛି ସାଥୀ
କାନ୍ଦି କହୁଛି ମନ କଥା ତାକୁ
ବାରତାକୁ ସେ ଦେବ ପହଞାଇ
ତୋହରି କତି
ବେଗେ ଆସ ଧନ ଶଙ୍ଖାଳି ମୋ
କରନା ଡେରି ଆସିବା
ଵାଟକୁ ତୋ ରହିଛି ଅନେଇ ।