ଫେରି ଆସନ୍ତା କି
ଫେରି ଆସନ୍ତା କି
ହଜିଗଲେ ସେମାନେ
-କିଏ , ବୋଧେ ସେମାନେ
-କହିବି
-ହଁ କୁହ
କେଉଁଠୁ ଆରମ୍ଭ କରିବି କୁହ
ସେଇ ଗୁଲୁଗାଲିଆ ମୁହଁ, ସେଇ ଚୁଲବୁଲିଆ ହସ
ଅନ୍ଧାର ଘରେ ଲୁଚକାଳି ଖେଳ, କଳା ସ୍କେଚପେନ ରେ ଆଙ୍କୁଥିବା ନକଲି ନିଶ
-ହଁ ଆଉ ବି କୁହ (ସାମାନ୍ୟ ହସି)
ମଲ୍ଲି ଫୁଲିଆ ଗଜରା , ରାଧିକାର ପାଉଁଜି ହଜା ନାଚ
ରଥଯାତ୍ରା ର ନାଲି ପେଁ କାଳୀ, ମିଛି ମିଛିକା ବରକନ୍ୟାର ଲାଜ
-ଆରେ ହଁ ମୁଁ ବି କହୁଛି
-ହଉ କୁହ
ବାପା ଙ୍କ କାନ୍ଧରେବସି ଜଗା ଦର୍ଶନ, ସମୁଦ୍ର କୂଳରେ ଗୋଟାଉ ଥିବା ଶାମୁକା
ଘର ପାଖ ରେ କଦମ୍ବ ମୂଳ, ପାଖ ପୋଖରୀ ଥିଲା ନଈ ଯମୁନା
-ଆଉ ହଁ
-କଣ
ମୋ ଭାଉଜ ଙ୍କ ହାତ ତିଆରି ବଡି ଚୁରା ପଖାଳ ସହ ଲଙ୍କାଲେମ୍ବୁ ର ଟକରା
ରାତିର କ୍ଷୀରର ସର ସହ,ପ୍ରତିଯୋଗିତା ଚାଲେ କିଏ ଖାଇପାରେ କଞ୍ଚା କଲରା
ମା ଦେଖାଉଥିଲେ ଆ ଜହ୍ନ ମାମୁ ସରଗ ଶଶୀ
ଆଁ ମଧ୍ୟେ ଗୁଣ୍ଡାକରି ଗେଲରେ ଖୁଏଇଦିଅନ୍ତି ବସି
କାଡା ମଇଁଷି ର ଗୁଣ୍ଡାରେ ମୋ ଭାତଗୁଣ୍ଡାସହ ଚାଲେ ପ୍ରତିଯୋଗୀତା
ହଜିଗଲେ ପୁଣି ସେଇ ଜିଦି ରେ ଏକ କର୍ଣ୍ଣମୁଳିଆ ଚାପୁଡ଼ା
-ହଁ ତୁମେ ଜିଦି କର
ଆରେ ଆହୁରି ବି ଅଛି। ଶୁଣ
ବାପାଙ୍କ ଛୋଟ ସ୍କୁଟର ର ଆଗରେ ବସି ପିଂ ପିଂ ହର୍ଣ୍ଣ
ପୁଣି ମିନାବଜାର ରେ ବେଲୁନ ସହ ପପ କର୍ଣ୍ଣ
ମକର ସଂକ୍ରାନ୍ତି ରେ ମକରଚାଉଳ ଗଣପତିବପ୍ପା ଗଣେଶପୂଜା
ଦୀପାବଳି ରେ ବାଣ ର ରକେଟ ରଜ ପର୍ବ ରେ ମୋ ଭାଇଟି ରାଜା
କାନ୍ଦ ହୁଏ ମୁଁ ବି ହେଇଥାନ୍ତି ପୋଢ଼ୁଆଁ ବଡ଼ ଭଉଣୀ ପିନ୍ଧେ ନୂଆ ଡ୍ରେସ
ଜନ୍ମ ଦିନରେ ନୂଆ ବେଲୁନ ଫୁଙ୍କା ,ଲାଗେ ନୂଆ ପରୀ ପୁରା ଫ୍ରେସ
-ଆଉ କଣ ହୁଏ
ବାପା ଙ୍କ କଡା ତାଗିଦ ,ଗୁପଚୁପ ଚାଟ ନଟ ଆଲୋଉଡ଼
ଶାଢ଼ୀ ପାଉଁଜି ପିନ୍ଧି କରିଘରେ ବାଜେ ଗୀତ ବଲିଉଡ
-ଆହୁରି କଣ ହୁଏ କୁହ ନା
-ସ୍କୁଲ ରେ ଅପେକ୍ଷା ଥାଏ ଛୁଟିଘଣ୍ଟି କୁ
ଗୃହ କାର୍ଯ୍ୟ ନକଲେ ମାଡ଼ ବସି ଯାଏ ଖାଣ୍ଟି କୁ
ହାତ ନାଲି ଝାଲୁଆ ମୁହଁ ରେ ଘରକୁ ଆସି ମାଡ଼କଥା କହିଲେ
ଆଖିପିଚୁଳାକେ ମାଙ୍କ ମାଡ଼ ଅତିଥି ଦେହ ଆସି ବସିଲେ
