STORYMIRROR

Rajashree Acharya

Abstract

2  

Rajashree Acharya

Abstract

ଫେରି ଆସନ୍ତା କି

ଫେରି ଆସନ୍ତା କି

1 min
135

ହଜିଗଲେ ସେମାନେ

-କିଏ , ବୋଧେ ସେମାନେ 

-କହିବି

-ହଁ କୁହ

କେଉଁଠୁ ଆରମ୍ଭ କରିବି କୁହ

ସେଇ ଗୁଲୁଗାଲିଆ ମୁହଁ, ସେଇ ଚୁଲବୁଲିଆ ହସ

ଅନ୍ଧାର ଘରେ ଲୁଚକାଳି ଖେଳ, କଳା ସ୍କେଚପେନ ରେ ଆଙ୍କୁଥିବା ନକଲି ନିଶ

-ହଁ ଆଉ ବି କୁହ (ସାମାନ୍ୟ ହସି)

ମଲ୍ଲି ଫୁଲିଆ ଗଜରା , ରାଧିକାର ପାଉଁଜି ହଜା ନାଚ

ରଥଯାତ୍ରା ର ନାଲି ପେଁ କାଳୀ, ମିଛି ମିଛିକା ବରକନ୍ୟାର ଲାଜ

-ଆରେ ହଁ ମୁଁ ବି କହୁଛି 

-ହଉ କୁହ

ବାପା ଙ୍କ କାନ୍ଧରେବସି ଜଗା ଦର୍ଶନ, ସମୁଦ୍ର କୂଳରେ ଗୋଟାଉ ଥିବା ଶାମୁକା

ଘର ପାଖ ରେ କଦମ୍ବ ମୂଳ, ପାଖ ପୋଖରୀ ଥିଲା ନଈ ଯମୁନା

-ଆଉ ହଁ 

-କଣ

ମୋ ଭାଉଜ ଙ୍କ ହାତ ତିଆରି ବଡି ଚୁରା ପଖାଳ ସହ ଲଙ୍କାଲେମ୍ବୁ ର ଟକରା

ରାତିର କ୍ଷୀରର ସର ସହ,ପ୍ରତିଯୋଗିତା ଚାଲେ କିଏ ଖାଇପାରେ କଞ୍ଚା କଲରା   

ମା ଦେଖାଉଥିଲେ ଆ ଜହ୍ନ ମାମୁ ସରଗ ଶଶୀ

ଆଁ ମଧ୍ୟେ ଗୁଣ୍ଡାକରି ଗେଲରେ ଖୁଏଇଦିଅନ୍ତି ବସି

କାଡା ମଇଁଷି ର ଗୁଣ୍ଡାରେ ମୋ ଭାତଗୁଣ୍ଡାସହ ଚାଲେ ପ୍ରତିଯୋଗୀତା

ହଜିଗଲେ ପୁଣି ସେଇ ଜିଦି ରେ ଏକ କର୍ଣ୍ଣମୁଳିଆ ଚାପୁଡ଼ା

 -ହଁ ତୁମେ ଜିଦି କର

ଆରେ ଆହୁରି ବି ଅଛି। ଶୁଣ

ବାପାଙ୍କ ଛୋଟ ସ୍କୁଟର ର ଆଗରେ ବସି ପିଂ ପିଂ ହର୍ଣ୍ଣ

ପୁଣି ମିନାବଜାର ରେ ବେଲୁନ ସହ ପପ କର୍ଣ୍ଣ

ମକର ସଂକ୍ରାନ୍ତି ରେ ମକରଚାଉଳ ଗଣପତିବପ୍ପା ଗଣେଶପୂଜା

ଦୀପାବଳି ରେ ବାଣ ର ରକେଟ ରଜ ପର୍ବ ରେ ମୋ ଭାଇଟି ରାଜା

କାନ୍ଦ ହୁଏ ମୁଁ ବି ହେଇଥାନ୍ତି ପୋଢ଼ୁଆଁ ବଡ଼ ଭଉଣୀ ପିନ୍ଧେ ନୂଆ ଡ୍ରେସ

ଜନ୍ମ ଦିନରେ ନୂଆ ବେଲୁନ ଫୁଙ୍କା ,ଲାଗେ ନୂଆ ପରୀ ପୁରା ଫ୍ରେସ

-ଆଉ କଣ ହୁଏ

ବାପା ଙ୍କ କଡା ତାଗିଦ ,ଗୁପଚୁପ ଚାଟ ନଟ ଆଲୋଉଡ଼

ଶାଢ଼ୀ ପାଉଁଜି ପିନ୍ଧି କରିଘରେ ବାଜେ ଗୀତ ବଲିଉଡ

-ଆହୁରି କଣ ହୁଏ କୁହ ନା

-ସ୍କୁଲ ରେ ଅପେକ୍ଷା ଥାଏ ଛୁଟିଘଣ୍ଟି କୁ 

ଗୃହ କାର୍ଯ୍ୟ ନକଲେ ମାଡ଼ ବସି ଯାଏ ଖାଣ୍ଟି କୁ

ହାତ ନାଲି ଝାଲୁଆ ମୁହଁ ରେ ଘରକୁ ଆସି ମାଡ଼କଥା କହିଲେ 

ଆଖିପିଚୁଳାକେ ମାଙ୍କ ମାଡ଼ ଅତିଥି ଦେହ ଆସି ବସିଲେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract