STORYMIRROR

Koushik Lenka

Romance

3  

Koushik Lenka

Romance

ଫେବୃଆରୀ କଥା ପଚାରନା!

ଫେବୃଆରୀ କଥା ପଚାରନା!

1 min
234

ପାରୁଛ ଯଦି ତୁମ ଅବୁଝା ଶବ୍ଦ ମାନଙ୍କ

ଫାଙ୍କ ରେ ଜାଗା ଟିଏ ଦିଅ

ଜିଇଁ ଯିବି ଏମିତି କେତେ ପୃଷ୍ଠା......।

ତେଣିକି ଅପଢ଼ା ରହିଲେ ବି ତୁମର

ହେଇ ଥିବି; ଅକ୍ଷର ସବୁ ଦେହରୁ ପ୍ରିତୀ ର

ଜ‌ଉମୁଦ ଫିଟିଯିବା ପର୍ଯ୍ୟନ୍ତ।।


କେତେ ଅଭିମାନ ଏଇ ବାଟଦେଇ

ହସି ହସି ଚାଲିଗଲେ;

କେତେ ଚିଠି ଏଇ ବାଟଦେଇ

ବୁଣି ହେଇଗଲେ ଦ୍ୱାର ଦ୍ୱାର ରେ

ଗୋଟେ ସିଲଭର ଘଣ୍ଟି ବଜେଇ ବଜେଇ

ସବୁ ପରେ ବି ଗୋଧୁଳି ଗୀତି

ଶୁଣିବାକୁ ଧାଇଁ ଆସିଥିଲେ କେତେ ପକ୍ଷୀ


ସୂର୍ଯ୍ୟ ଯ‌ଉଦିନ ଅନ୍ଧାର ଆଖିରେ

ଶିକାର ସାଜିଲା

ଜହ୍ନ ଯ‌ଉଦିନ ମେଘ ସବାରୀ ରେ

ମୁହଁ ଢାଙ୍କିଲା

ସେବେ ଠୁ ଆମ କୁ ନେଇ

ଉଠେ କେତେ ନିଃଶ୍ୱାସ ମାନଙ୍କ ର ନିଆଁ

କୁହୁଳେ କେତେ ପଙ୍କ ମାଟି ରୁ ଧୂଆଁ।


କଳମ ନଟା ପରି ମାତିଯାଏ ଆମ

ଆବେଗ ର ସ୍ୱାଦହୀନ ଗାଲିଚା

ଆମ ଭଳି କେତେ ବାସହରା ତା'କୁ ଲନ୍

ର ପରିଚୟ ଦିଅନ୍ତି; ସେଠି ଉଠେ ନୂଆ ନୂଆ

କିଶୋର ଦୂବ, ଦୋଳି ବାନ୍ଧନ୍ତି କେତେ କାକର

ଛୁଇଁ ଯାଏ ପ୍ରଣୟ ର ସାରା କୋଠରୀ

ଲେଖା ହୁଏ ନୀଳ କ‌ଇଁ ର ଗପ

ଚିତ୍କାର କରନ୍ତି ଚକୋର ଆଉ ଚକୋରୀ।।


ଏ ବାଟ କେଉଁ ଆଡ଼େ

ଲମ୍ବିଛି? ସବୁ ଶାଖା ର ରଙ୍ଗ ପିଚୁ,

କଂକ୍ରିଟ, ମୋରମ୍, ଧୂଳି ଏମିତି ନାଁ ଆଉ କିଛି

ତମେ କ'ଣ ବାଟ ଭୁଲିପାର

ଆମ ଚୁକ୍ତି ରେ ଅପେକ୍ଷା କରିଛି

ଏକ ଶୀତୁଆ ନଭେମ୍ବର!

ଏ ଫେବୃଆରୀ ଖାଲି ବସନ୍ତ ବିଞ୍ଚି ଜାଣେ

ଆଉ ବିରହ ଶୋଷି ଜାଣେ।


ହେ ଛଦ୍ମବେଶୀ! ଆସ ଏଥର ଲୁଟିନିଅ ମୋର ସାରା ଜୀବନ

ତେଣିକି ତୁମ ପରିଚୟ ର ପଞ୍ଜରା ହାଡ଼ ସଜ‌ଉ ଆଉ ଏକ ଦଧିଚୀ ର ପୂଣ୍ୟଫଳ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance