Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Children

3  

Pinku Ranbida

Children

ପଏସା ଦିଆ ଇସ୍କୁଲ୍

ପଏସା ଦିଆ ଇସ୍କୁଲ୍

1 min
148


ଗରୀବ୍ ପିଲା ଟୁକେଲ ଭଲ୍ ସେ ପଢବେ

ସରକାର୍ କରସି କେତେ ଚିନ୍ତା,

ସବ୍ କୁ  ମାହାଲିଆରେ ଦେଇଛେ ବହି

ସବେ ପଢବେ ଭାବିକରି ଅଚିନ୍ତା ।


ଯେତେ ନିୟମ, କାନୁନ୍ କର୍'ଲେ ବି

ସବୁ ଫସର୍ ଫାଟି ଯାଉଛେ ,

ପଏସା ଦିଆ ଇସ୍କୁଲ୍ , ସରକାରୀ ଇସ୍କୁଲ୍ କେ

ବେମାର୍ କରି ଦେଉଛେ ।


ଯେଭୁ ଖୁଲ୍'ଲା ନ ପଏସା ଦିଆ ଇସ୍କଲ୍

ସରକାରୀ ପଡ୍'ଲା ନ ତାଲା,

କାଏଁ ଜାଦୁ ମନତର୍ , ମହନୀ ଲଗେଇ 

ସବୁ କରିଦେଲା ଝମେଲା ।


କେତେ ବନିହା ଥିଲା ସରକାରୀ ଇସ୍କୁଲ୍

ସବେ ପଢୁଥିଲେ ଗୁଟେ ଠାନେ,

ନାଇଁ ଥିଲା କିଛି ଧନୀ ,ଗରିବ୍ ଭେଦ୍ ,ଭାବ୍ 

ସବେ ପଢୁଥିଲେ ମଜା ନେ ।


ପଏସା ଦିଆ ଇସ୍କୁଲ୍ ଆଏଲା ଠାନୁ

ସବୁ ହେଇଛେ ବରବାଦ୍,

ଗରିବ୍ ଛୁଆ ଯେନ୍ତା ପାଠ୍ ପଢ୍'ଲେ ବି

ପ୍ରାଏଭେଟ୍ ହେଲା ଜିନ୍ଦାବାଦ୍ ।


କାଏଜେ ପଏସା ଦିଆ ଇସ୍କୁଲ୍ ଆଲଗା ପାଠ୍

ସରକାରୀ ଥି ଅଲଗା ପାଠ୍,

ସମକର୍ ଲାଗି ସମାନ ନିୟମ ଲାଗୁ ହେଉ

ସବେ ପଢୁନ୍ ଗୁଟେ ପାଠ୍ ।


Rate this content
Log in

Similar oriya poem from Children