STORYMIRROR

Bharatabandhu Biswal

Inspirational

3  

Bharatabandhu Biswal

Inspirational

ପେଣ୍ଡୁ ବା ପିଣ୍ଡ

ପେଣ୍ଡୁ ବା ପିଣ୍ଡ

1 min
150


ଖେଳ ତ ଚାଲେ ଅହରହ ;

ଦର୍ଶକମାନେ ଦେଖନ୍ତି ସ୍ୱଚକ୍ଷୁରେ

ଏବଂ ଶୁଣି ଓ ଦେଖି ବି ପାରନ୍ତି

ଧାରା ବିବରଣୀ ସହ ।


ସମତଳ ଖେଳ ପଡ଼ିଆରେ

ପ୍ରସ୍ତୁତ ପକ୍ଷ ଏବଂ ପ୍ରତିପକ୍ଷ,

ନିୟମ ଅନୁସାରେ ଖେଳର

ଆରମ୍ଭ ଏବଂ ହୋଇଥାଏ ଶେଷ ।

ଅନେକ ଧାଁ ଧଉଡ

 କ୍ରୀଡ଼ା କୈ।ଶଳ ପ୍ରଦର୍ଶନ

ଚାଲୁ ରହେ ଆକ୍ରମଣ

ଏବଂ ପ୍ରତି ଆକ୍ରମଣ ;

ଖେଳ ଶେଷେ ହାରେ ଅବା 

ଜିତେ ଏକ ପକ୍ଷ , ଅଥବା

ଫଳାଫଳ ରହି ବି ପାରେ

 ଅମୀମାନ୍ୱିତ ମଧ୍ୟ।


ଖେଳ ତ ମନୋରଞ୍ଜନ,

ଚାଲୁଅଛି ଚାଲୁଥିବ କ୍ରୀଡାଙ୍ଗନେ

ଖେଳୁଥିବେ ପକ୍ଷ ପ୍ରତିପକ୍ଷ,

ଲୋଡା ଖାଲି ବାୟୁପୂର୍ଣ୍ଣ ପେଣ୍ଡୁଟିଏ

କରୁଥିବ ଗତି ତାହା ପ୍ରାଙ୍ଗଣ ସୀମାରେ

ଅକ୍ଷତରେ ଭେଦିବାକୁ ଲକ୍ଷ୍ୟ ।


ହେଉ କ୍ରୀଡ଼ା ଧର୍ମ ସୁସଂସ୍କାର

ସୁସାହିତ୍ୟ ଅବା ରାଷ୍ଟ୍ର ପ୍ରଶାସନ

ନିର୍ଦ୍ଧାରିତ ସ୍ୱ ସ୍ୱ ନୀତିମାନ

ବିଦ୍ୟମାନ ସୁବିସ୍ତୀର୍ଣ ପ୍ରାଙ୍ଗଣ ସ୍ୱତନ୍ତ୍ର,

ସମୟର ଆହ୍ୱାନ ମହାନ,

ଭେଦକର ପୂର୍ଣ୍ଣତାର ଅଭିଯାନ

ସାଧନା ଅଧ୍ୟାତ୍ମ,

ପ୍ରାପ୍ତ କର ସୁରାଜ୍ୟ ସୁଲକ୍ଷ୍ୟ,

ଗତିଶୀଳ ଜନଗଣ ପ୍ରାଣପିଣ୍ଡ

ହେଉ ପ୍ରୀତ ଶାନ୍ତ ସୁରକ୍ଷିତ ।


ସମବେତ ଦେଖଣାହାରୀ ଙ୍କୁ ଶୁଭେଚ୍ଛା,

ଏବଂ କ୍ରୀଡ଼ାବିତ ସଭିଙ୍କୁ ଶୁଭକାମନା ,

ଅବିରତ ସତ୍ୟ ଅନୁରକ୍ତ

ଲାଭକର ବିଜୟଶ୍ରୀ

ହୁଅ ଜୟଯୁକ୍ତ ।।

  ---------



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational