STORYMIRROR

Kalandi pal

Inspirational

3  

Kalandi pal

Inspirational

ପଦୁଅଁ

ପଦୁଅଁ

1 min
181


ପଡ଼ୁ ସେ ପଦୁଅଁ ଯେତେ ଟଙ୍କା

ଭକତି ମନରେ କିଣି ପକା

ମାଆର ଶରଧା ପଦୁଅଁ ଫୁଲରେ,

ମାଆ ପାଦତଳେ ଲାଗି ତୁ ଲଗା.


ପଦୁଅଁ ପାଖୁଡା ଖୋଲି ଦେଇ

ମାଆ ବାଣ୍ଟୁଛନ୍ତି ଭକ୍ତି ସହି

ପଦ୍ମ ଦେଲେ ଦେଖି ମାଆ ଦେଖାଯାଏ,

ଭକତି ଥିଲେ ତା ଚରଣେ ଏକା,


ଚାରିଭୁଜ ସିନା ଟେକି ଦେଇ

ଆଶିଷ ବାଣ୍ଟୁଛୁ ମାଆ ତୁହି

ସେ ଆଶିଷ ଥରେ ପାଇଗଲେ ମାଆ,

ନିର୍ବାଣ ମୁକ୍ତିର ଆସଇ ଡକା.


ଖୋଲିଛୁ ଗମ୍ଭୀରି ଗୃହ ତୋର

ପାପ ପଙ୍କରୁ ମା ହେବାକୁ ପାର

ଘଡ଼ିଏ ବସିଲେ ଗମ୍ଭୀରିରେ ତୋର

ମୁକତି ମିଳଇ ଅଛି ସେ କଥା.


ଆନନ୍ଦ ବଜାର ଖୋଲିଅଛୁ

ଅବଢ଼ା ସେଠାରେ ବାଣ୍ଟୁଅଛୁ

ସେ ଅବଢ଼ା ଖାଇ ଆତ୍ମା ତୋଷ ହେଲେ,

ନ ଥାଏ ଆତ୍ମାକୁ ଯମର ଦକା.


ନିଜ ହାତେ ମାଆ ରାନ୍ଧିଅଛୁ

ଭକତ ମାନଙ୍କୁ ଚାହିଁ ଅଛୁ

ସେ ହାତ ରନ୍ଧା ମୁଖେ ଦେଲେ ଥରେ,

ମନରେ ନ ଥାଏ ନରକ ଶଙ୍କା.

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational