ପଦୋନ୍ନତି
ପଦୋନ୍ନତି
ଭୁଲି ଆପଣାର ଅତ୍ମସମ୍ମାନକୁ
ଠେଲିଦେଇ ସମ୍ୟକ ନୈତିକତା
ମଜ୍ଜିରହି ରୁଦ୍ଧ ଦ୍ୱାର କାର୍ଯ୍ୟକଳାପରେ,
ବୋଲହାକ କରୁଥିବା,
ରାମୁ ଦିନେ ବନିଯାଏ
ରାମାନନ୍ଦ ସାର୍ ।
ଅସମର୍ଥ ଅପାରଗ ମଣିଷଟି
ଦିଗହଜା ପଥିକଟି
ଦୋ’ ମୁହାଁ ରାସ୍ତାଟିରେ
ପଥିକଠୁ ପାଇ ଟିକିଏ ଇସାରା,
ଛାଡି ଦେଇ
ଅଙ୍କାବଙ୍କା ରାସ୍ତା
ପାଇଯାଏ ଚିକ୍ ଚିକ୍ ମସୃଣ,
ଜାତୀୟ ରାଜପଥଟିଏ ।
ଭୁଲିଯାଏ ନିଜ ପୂର୍ବକୃତ କର୍ମ
ଲାଗନ୍ତି ଯେ ଅପାରଗ, ଅସମର୍ଥ
ତୁଚ୍ଛ ଅନ୍ୟମାନେ
ନିଜ ସଫଳତା ଆଗେ ;
ସତ ହୋଇଯାଏ
ପୁରାଣ ବର୍ଣ୍ଣିତ ବାକ୍ୟ
‘ଭାଗ୍ୟଂ ଫଳନ୍ତି ସର୍ବତ୍ରଂ’ ।
‘ମାଙ୍କଡ ହାତରେ ଶାଳଗ୍ରାମ’ ପରି
ମିଳିଯାଏ କେତେ ଯେ ଦାୟିତ୍ୱ ,
ସବୁ କାର୍ଯ୍ୟେ ହୁଏ ଯୋଗ୍ୟ ବିବେଚିତ
ପ୍ରସଂଶାରେ ହୁଅଇ ମଣ୍ଡିତ ।
ଭାବେ କାଳେ ଦିନେ
ସବୁ ହେବ ପ୍ରସ୍ଫୁଟିତ ,
ଶିବ ମନ୍ଦିରର ବୃଷଭଟି ପରି
ଅନାଇ ଅନାଇ ଯୁଗକୁ ବିତାଏ
ଅସଫଳ ଯୋଗ୍ୟ ମଣିଷଟି ।
ଭାବୁଥାଏ
ମିଳନ୍ତା କି ପଦୋନ୍ନତି ?
ହୁଅନ୍ତା କି ସତ୍ୟର ବିଜୟ
ଚୟନ ତା ଯୋଗ୍ୟତାର !