STORYMIRROR

Pranati Jena

Inspirational Others

4  

Pranati Jena

Inspirational Others

ପଦେ ପୁଷ୍ପାଞ୍ଜଳି

ପଦେ ପୁଷ୍ପାଞ୍ଜଳି

1 min
236


ଜୀବନରେ ଦୁଃଖ ଯାହାର ଜାତକ

    ଆଉ କି ଦୁଃଖରେ ଦେବୁ,

ପାଇବାକୁ ନାହିଁ ପାଉଣା ସନ୍ତକ

    ଲାଭ, କ୍ଷତି ମୂଳ ସୁଧୁ.....।


ଜନନୀ ଜଠରୁ ବାଳୁତ କାଳରୁ

     ଚିହ୍ନିଛିରେ ଭାଗ୍ୟ ମୋର,

ମିଛ ସଂସାରରେ ମାୟାର ମାଳିକା

      ଯାହାହୁଏ ହରବର.......।


ସବୁମୋର ବୋଲି ମାୟାଜାଲ ଦେଇ

      ବାନ୍ଧିଲୁ ମୋହ ସାଗରେ,

ସମୟ ପାଖରେ ବନ୍ଧନ ଡୋରିରେ

     ଦୁଃଖ, ସୁଖ ସବୁ ହାରେ......।


ଯାହାପାଇଁ ପ୍ରାଣ ନିରତେ ଆତ୍ମାର 

     ପତର ପ୍ରାୟେଟି ହୋଇ,

ଆଜି ସେ ପତର ପଥରେ ପଥର

     କିପରି ହେବରେ ରହି......।


ଧନ, ଦାରା, ସୁତ ମାୟା ମରୀଚିକା

       ନିରତେ ଯାହା ଭାବଇ,

ମିଛର ଦୁଆରେ ସତ ଲୁଚେ ଯାହା

       ନୟନ ଲୁହେ ଭିଜାଇ.....।


କେତେ ସମୟକୁ ଯନ୍ତ୍ରଣାର କାରା

       ଅନ୍ୟପାଇଁ ଅଳିକଲି,

ନିଜ ସୁଖ ନିଜେ ଆହୁତିରେ ସ୍ୱାହା

     ମିଛ ସଂସାରେ ହଜିଲି....।


ଆଜି ଏ,ଅଲୋଡ଼ା ଅଖୋଜା ମଣିଷ

     ପ୍ରାୟଶ୍ଚିତ କରେରହି,

ଶ୍ରଦ୍ଧାର ମନ୍ଦିର ଅଶ୍ରଦ୍ଧା ବିଶେଷ

      ଭାଙ୍ଗିଯାଏ ଲୁହେ ବହି....।


କେହିତ ନ ଜାଣୁ ଜାଣିଛୁରେ ରହି

     ଜୀବନ ପ୍ରଦୋଷ ମୋର,

ପ୍ରତି ମୁହୂର୍ତ୍ତରେ ଦୁଃଖ ଯାହା ସହି

      ସ୍ବପ୍ନରେ ବଞ୍ଚିବା ସାର.....।


ସ୍ବପ୍ନତ ଅଳିକ କଳିକେ ପାରିବ

     ମିଛ କଳଙ୍କରେ ଭରା,

ନିର୍ମାୟା ମଣିଷ ଜାଣେ କେ ସ୍ଵଭାଵ

    ଯାତନା ସ୍ପର୍ଶେ ଅଧୀରା.....।


କହିବା ପାଇଁରେ କିଛି ନାହିଁ ଆଉ

     ଦେଖାଇଲୁ ମୋତେ ପଥ,

ମୋର ବିନା ସବୁ ଅସାର ଏ, ଭବୁ

      ମୁହିଁତୋର ଦାରା ସୁତ.....।


ଯେତିକି ଦିନତୁ ସଂସାରେ ରହିବୁ

      ନାମ ଜପାମାଳି କରି,

ଅଢେଇ ଦିନରେ ମୂଲ୍ୟକି ବୁଝିବୁ

      ଜପୁଥା ହୃଦେ ସୁମରି....।


ଯାହାତ ଦେଖିଲୁ ସତ୍ୟତା ପଥରେ

       ସଂସାର ନିୟମ ସାର,

ଭୁଲିଯାଇ ଦୁଃଖ ସାମର୍ଥ୍ୟ ଶରୀରେ

      ମାୟା ପ୍ରହେଳିକା ଦ୍ୱାର....।


ଆସିଥିଲୁ ଏକା ଯିବୁଦିନେ ଏକା

    କେହି ଯିବେନି ସାଥିରେ,

କାହିଁକ କାନ୍ଦୁଛୁ ସବୁପରା ମାୟା

     ଅଛି,ରହିଛି ସାଥିରେ ....।


ଖେଳ ସରିଗଲେ ବେଳ ବୁଡିଯାଏ

     ପର ହୋଇଯାଏ ସ୍ଥାନ,

ଅଜ୍ଞ ଚେତନାର କାରାଗାରଟିଏ

      ଚକ୍ରବୁହ୍ୟରେ କଷଣ.....।


ଭ୍ରମ ତନ୍ମୟତା ବେଦନାକୁ ଦେଇ

     କରେ ଯାହା ପରାହତ,

ସଂସାର ପାଇଁରେ ସମୟ ସରଇ

    ଶେଷବେଳେ ଗୀତା ସତ......।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational