STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ପଡ଼ୋଶୀନି

ପଡ଼ୋଶୀନି

1 min
259


ଭାରି ମଜା ଲାଗେ,ସୁନ୍ଦରୀ ପଡୋଶୀ

ତିଅଣ ଟିକିଏ ଦେଲେ

ଭାରି ମଜା ଲାଗେ,ସୁନ୍ଦରୀ ପଡୋଶୀ

ବାତାୟନେ ଉଙ୍କୁ ଥିଲେ


ଯଦି ନାହିଁ କେହି ପଡୋଶୀ ପାଖରେ

ମନଟା ଲାଗଇ ଖଟା

ନିଜ ଧର୍ମପତ୍ନୀ,ଥିଲେବି ସୁନ୍ଦରୀ

ଲାଗେ ଭାରି ହଟହଟା


ସୁସମ୍ପର୍କ ଥିଲେ ପଡୋଶୀ ସାଥିରେ

ମୂଲ୍ୟ ହୀନ ଲାଗେ ଧନ

ଦରଜା ପଖାକୁ ବାରମ୍ବାର ଯାଏ

ପାଗଳା ଭ୍ରମର ମନ


ନିଜ ସ୍ୱଭାବକୁ ଲୁଚାଇ ପାରେନା

ପଡୋଶୀ ସୁନ୍ଦରୀ ଦେଖି

ମିଛରେ ମିଛରେ,କାମ ନ ଥିଲେବି

ଘୁରାଇ ବୁଲଇ ଆଖି


ପ୍ରତିମୁହୁର୍ତ୍ତ ରେ ତାରି ଛବି ଆଙ୍କି

ମିଳନ କୁ ଲୋଡ଼େ ଆଶା

ଘରଣୀ ବାପୁଡି,ସାତ ତିଆରରେ

ପଲଙ୍କରେ କରେ ବଶା


ମାନସିକ ଦ୍ଵନ୍ଦ ବଡ଼ ଆଚମ୍ବିତ

ପାରିଜାତ ଲୋଡ଼େ ଭାଵ

କୁମ୍ଭୀପାକ କୁ ଭୁଲିଯାଇଥାଏ

ନାରାୟଣ,ଶିବ,ଶିବ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract