ପଢ଼ମା ଆସ
ପଢ଼ମା ଆସ
ପଢମା ରେ ପଢ଼ମା ଆସ
ମିଲିମିସି କରି ସବେ ପାଠ୍ ପଢମା,
ପାଠ୍ ଟିକେ ପଢିଥିଲେ
ନାଇଁ ହେଉ କେନସି ନୁ ଅପମାନ୍ ।
ନାଇଁ ଖାଏଲେ ଘଡେ ବଚିଯିବୁ
ପାଠ୍ ନାଇଁ ପଢିଥିଲେ ହିନିସ୍ତା ହେବୁ,
ସବେ ତତେ ମୁରୁଖ୍ କହେବେ
କେତେ ଲୁକର୍ ଟପା ଦାଏକା ସୁନ୍'ବୁ ।
ଦୁଇ ଅକ୍ଷର୍ ପଢିଥିଲେ
ଜାନିପାରବୁ ଦୁନିଆଁର୍ ହାଲଚାଲ୍
କେନୁ କାଣା ଘଟୁଛେ
ଦୁନିଆଁର୍ ସାଙ୍ଗେ ଚାଲୁଥିବୁ ତାଲେତାଲ୍ ।
ଆସରେ ଆସ ପଢି ଆସ
ସମିଆଁ ଗଲେ ଚାଲି ନାଇଁ ଆସେ ଫିରି,
ସୋର୍ କରୁଥିବ ପଛେ
ଛୁଛା କେ ତୋର୍ ଜୀବନ୍ ଯିବା ସରି ।
ସବେ ତତେ ମୁରୁଖ କହେବେ
ତୋର ଠାନୁଁ ସବେ ଦୁରେଇ ରହେବେ,
ପାଠ୍ ଦୁଇ ଅକ୍ଷର୍ ନାଇଁ ପଢିଲୁ
ଟୀଫିନ୍ ଧରି ସକାଳୁ ମଜିରି ଜା କହେବେ ।
ଆସରେ ଆସ ପଢ଼ମା ଆସ
ପିଲା, ଟୁକେଲ ନାଇଁ କର ଆରୁ ଡେରି,
ସରକାର ସବୁ ଦେଉଛେ
ଖାନା, ପିନା, ବହି, ପେଣ୍ଟ, ସାର୍ଟ ନୁ ଫିରି l
ନାଇଁ କର ଆରୁ ଡେରି
ପିଲା,ଟୁକେଲ୍ ଆସରେ ଇସ୍କୁଲ୍ କେ ପଢି,
ତମର୍ ଲାଗି ଖୁଲା ହେଇଛେ
ପାଠ୍ ଦୁଇଁ ଅକ୍ଷର୍ ପଢି ନୂଆଁ ଦୁନିଆଁ ଦିଅ ଗଢି ।
