ପଦାତିକ କବି
ପଦାତିକ କବି
କବି, ପଦାତିକ ଚିରକାଳ
କାରଣ କଲମ ମୁନରେ
କ୍ଷତ ସୃଷ୍ଟି କରେ, ରକ୍ତ ସୃଷ୍ଟି କରେ
ଶବ୍ଦ ଚିରକାଳ ଅସ୍ଥିର, ଉଦବେଗ
କାରଣ ଶବ୍ଦ ରୁ ଶୁଭେ ଅସୀ ର ଝଙ୍କାର
ସୃଷ୍ଟି ହୁଏ ମହା ବିସ୍ଫୋରଣ
କବି, ଏକ ଅଦ୍ଭୁତ ଆଶ୍ଳେଷ ରେ
ସୃଜିପାରେ ବିଚିତ୍ର ମେଦିନୀ
ଅଭିଜ୍ଞ ଚିତ୍ରକର ସମ
ଚିତ୍ରିପାରେ ବ୍ରହ୍ମାଣ୍ଡ ର ଦୃଶ୍ୟ
ମନ ପକ୍ଷୀ ରାଜ ଚଢି
ଭ୍ରମିପାରେ ସ୍ୱର୍ଗରୁ ପାତାଳ
ତେଣୁ, କବି ପଦାତିକ ଚିରକାଳ ||
