STORYMIRROR

Sambit Srikumar

Abstract Classics Inspirational

4  

Sambit Srikumar

Abstract Classics Inspirational

ପଛକୁ ଫେରିବାର ନାହିଁ

ପଛକୁ ଫେରିବାର ନାହିଁ

2 mins
369


ହେ ଆତ୍ମନ୍

ଆଗକୁ ଚାଲିବାର ଅଛି

ଚାଲିବାକୁ ହିଁ ହେବ ତୋତେ

ପଛକୁ ବାରେ ଫେରି ଚାହିଁ

ଦେଖିବାକୁ ତର ସହେ ନାହିଁ

ପୁଣି ପଛକୁ ଆଉ ଫେରିବାର

ପ୍ରଶ୍ନ ଉଠେ ବା କିମ୍ପାଇଁ

ଆଗକୁ ଥରେ ବଢିଥିବା ପାଦ

ଏମିତି ବଢୁଥିବ ଆଗକୁ ଆଗକୁ

ଆହୁରି ଆଗକୁ ଏଠି ଥକିବାର ନାହିଁ

ବିତି ଯାଇଥିବା ସମୟ ଆଉ

କଥା ପାଇଁ ଭବିଷ୍ୟତରେ ସ୍ଥାନ ନାହିଁ

ଅତୀତର ଯାବତୀୟ ଦୁର୍ବଳତା ବିଫଳତା

ପରାଜୟ ଶୈଥିଲ୍ୟକୁ ନେଇ ମନସ୍ତାପ

ଅନୁଶୋଚନା କରିବାର ନାହିଁ

କି କାହାରିକୁ ଏଥିଲାଗି

ଦୋଷାରୋପ କରିବାର ନାହିଁ

ମାନବ ଜୀବନଟା ନୁହଁଇ ଲାଭକ୍ଷତିର

ବାଣିଜ୍ୟିକ ଅଙ୍କକଷା

ହାରିଲ କେତେ ପାଇଲ କେତେ

ତାହାର କରିବ ବିସ୍ତୃତ ସମୀକ୍ଷା

ଅତୀତର ଛାତିକୁ ବିଦାରି

ସୁନେଲି ଭବିଷ୍ୟତକୁ ପାଶୋରି

ଆଗକୁ ଚାଲିବାଟା ହିଁ ଜୀବନ

ଚାଲିବାକୁ ହିଁ ହେବ ତୋତେ

ତୁଟାଇ ସକଳ ମାୟାର ବନ୍ଧନ

ସମୟର ଏଇ ତ ବଜ୍ର ଆହ୍ବାନ

ବେସାଲିସ ମନ ନେଇ ଏକେଲା

ବାଟ ଚାଲିବାଟା ବି ଏତେ ସହଜ ନୁହଁଇ

ତଥାପି ହାର ମାନିବାର ନାହିଁ

ନୀତି ଆଦର୍ଶ ସହ ସାଲିସ କରିବାର

ତ ଆଦୌ ପ୍ରଶ୍ନ ଉଠେ ନାହିଁ

ସ୍ବାଧୀକାର ସ୍ବାଭିମାନକୁ ତିଳେ ବି

ବଳି ଦେବାର ନାହିଁ

ନ୍ଯାର୍ଯ୍ଯ ପ୍ରାପ୍ୟ ମିଳିଲେ ମିଳିଲା

ନମିଳିଲେ ନାହିଁ ସେଥିପାଇଁ

ମଥାକୋଡି଼ ଭାଗ୍ୟକୁ ନିନ୍ଦିବାର ନାହିଁ

ଭଗବାନଙ୍କୁ ବରଦାନ ମାଗିବାର ନାହିଁ

କି ଦୁନିଆଁକୁ କାଠଗଡ଼ାରେ ଠିଆ

କରାଇବାର ଅଭିପ୍ରାୟ ରଖ ନାହିଁ

ଘାତ ପ୍ରତିଘାତ ବିଶ୍ୱାସ ଘାତର

ଗଣନା କରିବାର ନାହିଁ

କେତେ ଅନୁଭୂତି ଅର୍ଜିଲ ତାକୁ

ନେଇ ଗରବେ ହୁଅ ଅଗ୍ରସର

କର୍ମମୟ ଜୀବନରେ ପ୍ରାପ୍ତ ବିଫଳତାରେ

କେହି ବି ନୁହଁଇ ତୋର ଭାଗୀଦାର

ସଫଳତାର ଶ୍ରେୟ ଚାହିଁଲେ କାହାକୁ

ନା କାହାକୁ ନିଶ୍ଚୟ ଦେଇପାର

ପଛକୁ ଫେରି ଚାହିଁବାର ନାହିଁ

ଆଗକୁ ଲମ୍ବିଛି ପଥ ଉନ୍ନତିର

ତୁ ହିଁ ତୋର ଲକ୍ଷ୍ଯ ସ୍ଵୟଂ ସ୍ଥିର କର

କିଏ ବା ରୋକିବ ତୋତେ

ରହିଛି ଏତେ ବା ଶକ୍ତି ସାମର୍ଥ୍ୟ କାହାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract