STORYMIRROR

Mahesweta Panigrahi

Fantasy

3  

Mahesweta Panigrahi

Fantasy

ପଚାରନ୍ତନି ଥରେ

ପଚାରନ୍ତନି ଥରେ

1 min
166

ପଚାରନ୍ତନି ଥରେ

ଅଛ ତୁମେ କେମିତି

ଯେମିତି ଥିଲ ସେଇ ଦିନ

ଅଛ କି ଆଜି ସେମିତି

ସେଇ ରାଗ ରୁଷା ମାନ ଗୁମାନ

ଥିଲା ଠିକ୍ ଯେମିତି!

ନା ବଦଳିଛି ଆଜି କିଛି

ଜୀବନ ର ପରିମିତି,

ପଚାରନ୍ତନି ଥରେ

ଅଛ ତୁମେ କେମିତି ।


ପଚାରନ୍ତନି ଥରେ

ଅଛ ତୁମେ କେମିତି

ସେଇ ଭୁଲାଣିଆ ମନ ସହ

ଅଙ୍କା ବଙ୍କା ଜ୍ୟାମିତି,

ଦୁଇ ପଦ କଥା ରେ ଯେ

ଲୁହ ଝରେ ସେମିତି

ଝୁଣ୍ଟିପଡେ ପଥର କୁ 

ଚାଲ ସତେ କେମତି

ପଚାରନ୍ତନି ଥରେ

ଅଛ ତୁମେ କେମିତି ।


ପଚାରିବା ଭୁଲିଗଲ

ତୁମେ ତ ଏମିତି

ମନ ତଳେ ମନ ଟିଏ

ରଖିଛି ମୁଁ ସାଇତି,

ପଚାର କି ନ ପଚାର

କହି ହୁଏ ନାହିଁ ଟି,

ଅଧିକ କି ଉଣା ହୁଏ

ତଉଲ ରେ ନିକିତି,

ପଚାରନ୍ତନି ଥରେ

ଅଛ ତୁମେ କେମିତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy