STORYMIRROR

Ajit Kumar Raut

Abstract

4  

Ajit Kumar Raut

Abstract

ପବିତ୍ର ଶ୍ରୀରାମ ନବମୀ

ପବିତ୍ର ଶ୍ରୀରାମ ନବମୀ

1 min
293


ଆମର ଆରାଧ୍ୟ ରାମଙ୍କ ନବମୀ

  ଜନ୍ମ ଅଯୋଧ୍ୟା ଭୂମିରେ,

ବିଷ୍ଣୁଙ୍କ ଅଂଶରୁ ଜନ୍ମ ଚାରି ଭାଇ

  ଗୁଞ୍ଜଛୁ ନାମ ମହିରେ।


ଦୁଷ୍ଟଙ୍କ ବିନାଶେ ଜନମ ତାଙ୍କର

  ମାନବେ କର୍ତ୍ତବ୍ୟ ଦେଲେ,

ମନୁଷ୍ୟ ଜୀବନେ ମାନବ କର୍ତ୍ତବ୍ୟ

   ନିଜ କର୍ମୁ ଶିକ୍ଷାଇଲେ।


ସତ୍ୟ ଅହିଂସାର ମନ୍ତ୍ର ଦେଲେ ଜନେ

  ଦେଲେ ପିତୃମାତୃ ଭକ୍ତି,

ଧର୍ମ କର୍ମ ଜ୍ଞାନ ଦେଲେ ଜନେ ଜନେ

  ଦେଲେ ଗୁରୁଜନେ ଭକ୍ତି।


ଗୃହର କର୍ତ୍ତବ୍ୟ ଦେଲେ ଗୃହ କର୍ମେ

  ଗୁଞ୍ଜୁ ଅଛି ଭବ ସାରା,

ମନ୍ତ୍ର ନିସ୍ବାର୍ଥର ଦେଲେଟି ମନୁଷ୍ୟେ

  ଶିକ୍ଷା ମନୁଷ୍ୟରେ ସାରା


ରାଜା ହୋଇ ଦେଲେ ଶାସନ କର୍ତ୍ତବ୍ୟ

  ଜନଜନ ପ୍ରତି ସେବା,

ଭେଦଭାବ ନାହିଁ ଶାସନେ ତାଙ୍କର

  କର୍ତ୍ତବ୍ୟ ରାଜାର ସେବା।


ସେହୁ ଶାସନ ଟି ରାମ ରାଜ୍ୟ ପରି

  ଇଚ୍ଛା ମହାତ୍ମାଗାନ୍ଧୀଙ୍କ,

ସାକାର ହେଉଛି ଆଜିର ଶାସନେ

  କଳ୍ପନାଟି ମହାତ୍ମା ଙ୍କ।


ଭକ୍ତ ହନୁମତ ପୂଜନ ରାଷ୍ଟ୍ରରେ

 ଗୁଞ୍ଜୁ ଅଛି ଭକ୍ତ ନାମ,

ଭକ୍ତରେ କରନ୍ତି ପୂଜନ ତାଙ୍କର

  ଗୁଞ୍ଜେ ହନୁମାନ ନାମ।


ଭକ୍ତିରେ ପ୍ରବୀର ବୀର ହନୁବୀର

  ପରମ ଭକ୍ତ ରାମଙ୍କ,

ଭକ୍ତର ପୂଜନ ପ୍ରଭୁଙ୍କ ପୂଜନ

  ସେହୁ ହିଁ ଭକ୍ତ ରାମଙ୍କ।


ରାମ ଜୟନ୍ତୀର ଉପଲକ୍ଷେ ମୋର

  ହାର୍ଦ୍ଦିକ ଶୁଭେଚ୍ଛା ଜନେ,

ଶ୍ରୀରାମ କୃପାରୁ ମଙ୍ଗଳମୟଟି

  କରନ୍ତି ସେ ଜନଜନେ।


ରାମଙ୍କ ମନ୍ଦିର ସୁସଜ୍ଜିତ ଆଜି

  ଗୁଞ୍ଜୁ ଅଛି ରାମନାମ,

ଭକ୍ତ ହନୁମତ ନାମ ଗୁଞ୍ଜୁ ଅଛି

  ଚାରିପଟେ ପ୍ରଭୁନାମ।


ରାମଙ୍କ ଭାରତ ଦେଉଛି ସନ୍ଦେଶ

  ବିଶ୍ବକୁ ଶାନ୍ତିର ପାଇଁ,

ଯୁଦ୍ଧ ନୁହେଁ କେବେ କର୍ତ୍ତବ୍ୟେ ରାଷ୍ଟ୍ରର

  ବାର୍ତ୍ତା କୁ କରିବା ପାଇଁ।


ହେବ ବାର୍ତ୍ତାଲାପେ ସମାଧାନ ସବୁ

  ଯୁଦ୍ଧେନାହିଁ ପ୍ରୟୋଜନ,

କଥାବାର୍ତ୍ତା କରି ସମାଧାନ କର 

  ଭାରତର ନିବେଦନ।


ସଦବୁଦ୍ଧି ଦିଅ ଜଗତ ଠାକୁର

  ବିଶ୍ବ ଶାନ୍ତି କର ପ୍ରଭୁ,

ତବବଳୁ ପ୍ରଭୁ ସମାଧାନ ସବୁ

  କର କୃପା ମହାପ୍ରଭୁ।




Rate this content
Log in

Similar oriya poem from Abstract