STORYMIRROR

Sadananda Sahoo

Abstract

2  

Sadananda Sahoo

Abstract

ପବିତ୍ର ବନ୍ଧନ ଶୁଭ ପରିଣୟ

ପବିତ୍ର ବନ୍ଧନ ଶୁଭ ପରିଣୟ

1 min
88

ଶୁଭ ପରିଣୟ ପବିତ୍ର ବନ୍ଧନ 

   ପ୍ରଥା ପରମ୍ପରା ବିତ୍ତ , 

 ଦୁଇ ହୃଦୟର  ଅପୂର୍ବ ମିଳନ 

  ସଂଯୋଗର  ମହାସ୍ରୋତ


ପ୍ରଥା ପରମ୍ପରା ପ୍ରେମର ସାହାରା 

     ବିବାହ ସୁବର୍ଣ୍ଣ ଛବି , 

ସମାଜେ ସ୍ଵୀକୃତି ପଡେ ହାତଗଣ୍ଠି 

    ଶୁଭ ଆଶିର୍ବାଦେ ରବି


ହେ'ପ୍ରିୟ ଜିତେନ୍ଦ୍ର ହୃଦୟର ମିତ 

   ମୁଁ' ତୁମ ବରଷା  ରାଣୀ , 

ଶୁଭ ଲଗନରେ ପ୍ରୀତି ପରଶରେ 

    କରିଦେଲ ଚିର ଋଣୀ


ଜନ୍ମଜନ୍ମାନ୍ତର ତୁମେ ସାଥୀ ମୋର 

   ଅଭୁଲା ଏ'ସ୍ମୃ୍ତି ପ୍ରୀତି , 

ସୁହାଗ ସିନ୍ଦୁର  ତୁମ ସମର୍ପଣ 

   ଭରିଛି ମୋ' ଖାଲି ସିନ୍ଥୀ  


ନୂଆ ପରିଚୟ ସୌଭାଗ୍ୟ ବିଜୟ 

    ଦୁହିତାରୁ  କୁଳବଧୂ , 

ଜୀବନ ମୋହର ହୋଇଛି ସାର୍ଥକ 

   ପାଇଛି ମୁଁ'  ପ୍ରାଣସିନ୍ଧୁ  


ଔଜ୍ଜଲ୍ୟ ପ୍ରଦୀପ ମୋ'ଶ୍ଵଶୁର ଦେବ  

   ଶାଶୁତ ସଂଯୁକ୍ତା ମାତ , 

ସ୍ନେହଁ ସୌହାର୍ଦ୍ଦ୍ୟର ପ୍ରୀତିର ଆବାସ 

   ପାଇଛି  ସୁବର୍ଣ୍ଣ ରତ୍ନ 


ଲକ୍ଷ୍ମୀ ମହାରାଣୀ ସ୍ନେହଁର ରଙ୍କୁଣୀ 

    ମୋ'ଗେହ୍ଲି ନଣନ୍ଦ ମଣି , 

ଆହାକି ସୌଭାଗ୍ୟ ପାଇଛି ମୁଁ'ମିତ 

    ପ୍ରଭୁକୃତ  ଦାନ ଜାଣି


ବିଶ୍ୱଜିତ ଦେବ ମୋ' ସୁନା ଦିଅର 

     କୁଳର ଗୌରବ ସୁତ , 

ତା'ସ୍ନେହଁ ସଦିଚ୍ଛା ମୋ ପ୍ରତି ଶରଧା 

    ଉଛୁଳି ପଡୁଛି ସତ


ଶୁଭ ସାହାନାଇ ବାଜୁଛିତ ଆଜି 

   ଦଶ ଦିଗପାଳ ସାକ୍ଷୀ , 

ହୋମବେଦୀ ଅଗ୍ନି କଲ୍ୟାଣ ଦରଦୀ 

   ଆମେ ଦୁହେଁ ପ୍ରେମପକ୍ଷୀ


ଜୀବନ ସଙ୍ଗାତ ହେ'ପତି ଜିତେନ୍ଦ୍ର 

   ତୁମେ ମୋ' ହୃଦୟ ରାଜା , 

ଦଶଦୋଷ ମୋର କରିବ ବିଲୀନ 

   ମୁଁ'ଯେ ତୁମ ସୁନାଭାର୍ଯ୍ୟା

 

ଆମେ ପତିପତ୍ନୀ ହେବୁ ମହା ସୁଖୀ

    ଦିଅ ପ୍ରଭୁ ଆଶିର୍ବାଦ , 

ଏଶୁଭ ବିବାହ  ତୁମରି ସ୍ଵୀକୃତ  

   ଜଗତ ଗୋସାଇଁ ନାଥ


Rate this content
Log in

Similar oriya poem from Abstract