STORYMIRROR

Debadatta Pradhan

Inspirational

3  

Debadatta Pradhan

Inspirational

ପବିତ୍ର ଭାରତବର୍ଷ

ପବିତ୍ର ଭାରତବର୍ଷ

1 min
185


ପବିତ୍ର ଭାରତ ବର୍ଷ ପାଳୁଛି ଉତ୍କଳଦେଶ

    ଫଳିଛି ସୁନା ଅଶେଷ,ତୋଳିଛି ରସ

ରସାବାସୀ ହସାହସି ମିଳିତ ଶକ୍ତି ପ୍ରକାଶି

   ଆକାଶେ ତ୍ରିରଙ୍ଗା ଦିଶି,ଦଶ ସରସ

       ହିମଗିରି ଶିରୀ ଶିରୀସ

 ବିରାଜିତ ବୀର ପୁଂସ,ଅଂଶ ବିଶେଷ।


ଆକର୍ଷିତ ଉର୍ମିମାଳେ ସପ୍ତସିନ୍ଧୁ ପାଦତଳେ

 ପୂଣ୍ୟତୋୟା ଦଧିକୂଳେ, କଳଘୋଷିତ

ସବୁଜ ଶସ୍ୟ ଶ୍ୟାମଳ ଜୟ କିଷାନ ବିମଳ

ଜୟ ଯବାନ କେବଳ,ଅତିଥି ଧୈାତ

       ଦେଖକେଡେ ବିଚିତ୍ର ଚିତ୍ର

 ବ୍ରହ୍ମା ବିର୍ଷ୍ଣୁ ମହେଶ୍ବର ଜନ୍ମିତ କ୍ଷେତ୍ର।


ଅମୃତସ୍ୟ ପୁତାପୂତୀ ମାନବ ମାଧବ ଯତି

 ରତିପ୍ରତି କି ସୁଖ୍ୟାତି,ଭାରତ ଯଶ

ଯଶୋଦେହେ ପଞ୍ଚସତୀ ପଞ୍ଚସଖା ପଞ୍ଚନୀତି

 ପୂରିତ ଯାହାର କିର୍ତ୍ତୀ, ଭାରତୀ ଲେସ

     କି ବର୍ଣ୍ଣିବି ମର୍ତ୍ତ୍ୟ ବୈକୁଣ୍ଠ

 ସ୍ବୟଂସିଦ୍ଧ ହେଲେ ପ୍ରଭୁ,ଭରତ ଶ୍ରେଷ୍ଠ।


ମଣି ମାଣିକ୍ୟ ରତନ ଖଚିତ ମଥା ବିତାନ

 ଶୋଭାକୁ ବିଭା ଯତନ, ଅଖଣ୍ଡ ଦ୍ବୀପ

ଦ୍ବୀପପୁଞ୍ଜ ପୁଞ୍ଜାପୁଞ୍ଜା ବର୍ଣ୍ଣାଢ୍ୟ ମନ୍ଦିର ଖଞ୍ଜା

 ସତେ,କି ବାଜିଛି ରଞ୍ଜା,ରଞ୍ଜିତ ଚାପ

       ବନ୍ଦଇ ସ୍ବୟଂଭବୁ ମନୁ

ଅଷ୍ଟାଦଶ ମହାଗ୍ରନ୍ଥ ଉତ୍ପତ୍ତି ତନୁ।


ପରହିତେ ନିଜହାତେ ସେବା ଯାର ଅନୁବ୍ରତେ

 ତ୍ୟାଗବଳୀପରମାର୍ଥେ, ଦେଖ ସକଳ

ଗୁଣ ଯାର ଅଗୁଣିତ ଫଳିତ ପଣ ପଣତ

 ମାନୀତ ହୋଇଛି ବିଶ୍ବେ,ଅମୃତ କାଳ

     ଶାନ୍ତ-କାନ୍ତ-ମୈତ୍ରୀ ବାରତା

ସର୍ବଧର୍ମ ସମନ୍ବୟ,ଆମ ଅସ୍ମିତା।


ଚାରୁକାରୁ କଳ୍ପଲତା ମରୁ ପ୍ରାନ୍ତେ ଉନୁମତା

 ମତରେ ଏମନ୍ତ ସତ୍ତା,ପ୍ରମତ୍ତ ଚିତ୍ତ

ପ୍ରକୃତି ଯା,କୃତବର ସୁଷମା ଆକୃତି ସାର

 ସାରସ୍ବତ ସୁଧାସାର,ଆମ୍ବେଦକର

       ସ୍ମୃତିସାର ଏଇ ତ୍ରିରଙ୍ଗା

 ମଥାନତ କରେ ସଦା ଦେବ ବାଳୁଙ୍ଗା।


  


Rate this content
Log in

Similar oriya poem from Inspirational