Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Tragedy

4.5  

Jagannath Barik

Tragedy

ପାଉଁଶ ତଳର ସ୍ୱପ୍ନ

ପାଉଁଶ ତଳର ସ୍ୱପ୍ନ

1 min
718


ଦାମ ବାବୁଙ୍କର ପୁଅ ନୀଳମଣି 

   ସେନାରେ କରେ ଚାକିରୀ

ଦୁଇ ବର୍ଷ ହେଲା ବିଭା ହୋଇଥିଲା 

   ପତ୍ନୀଟି ଭାରି ସୁନ୍ଦରୀ |


ସୀମାରେ ଅରାତି ସହିତ ସମରେ

   ସହିଦ ହୋଇଲା ସିଏ

ନିରୁପମା ସାତ ମାସ ଗର୍ଭବତୀ

   ଏ ଦୁଃଖ ସହିବ କିଏ |


ନବ ବିବାହିତା ବିଧବା ରମଣୀ

   ସ୍ୱାମୀର ସନ୍ତକ ଧରି

ଶାଶୁଘରେ ଅତି ଦୁଃଖରେ ରହିଲା

   ଅଶୁଭ ଭାଗ୍ୟ ଆଦରି |


ଶାଶୁ ଶ୍ୱଶୁରଙ୍କ ଅନ୍ତେ ତାର ଦୁଃଖ

   ବେଳୁ ବେଳ ଗଲା ବଢ଼ି

ପାଞ୍ଚ ବରଷର ପୁଅଟିକୁ ଧରି

    ଘର କୋଣେ ଥାଏ ପଡ଼ି |


ସରିଗଲା ଧନ ଦଶଦିଗ ଶୂନ୍ୟ

    ଚାକିରୀ କରିବା ପାଇଁ

କଷ୍ଟେ ମଷ୍ଟେ ଏକ କମ୍ପାନୀ ଚାକିରୀ

    କଟକରେ ଗଲା ପାଇ |


ଗୋଟିଏ ଚାଉଳେ ଗଠିତ ଶରୀର

   ଅଙ୍ଗେ ଉତ୍ତାଳ ଯୌବନ

ତା ରୂପେ ପାଗଳ ହୋଇ ଯୁଵା ଦଳ

  ଚିନ୍ତିଲେ ଗଣ ଧର୍ଷଣ |


ଜାଣି ନିରୁପମା ହାତେ ମାପି କରି

   ଚାଖଣ୍ଡକେ ଚାଲୁଥାଏ

ତଥାପି ପୁଷ୍ପିତା ସୁମନକୁ କାହିଁ

   ଭ୍ରମର କି ଛାଡ଼ି ଯାଏ |


ସମ୍ପର୍କୀୟ ଜଣେ ପୋଲିସ ଭାଇର

   ଗୃହରେ ରହିଲା ଯାଇ

ଗୁଣ୍ଡା ଉପଦ୍ରବୁ ନିରାପଦେ ରହି

   ପୁଅକୁ ପାଠ ପଢ଼ାଇ |


ପାଉଁଶ ତଳର ସପନ ତାହାର

   ସତେ ଚରିତାର୍ଥ ହେଲା

ସ୍ନାତକ ପଢ଼ି ତା ପୁଅଟି ସର୍କାରୀ

  ଚାକିରୀରେ ଯୋଗ ଦେଲା |


ମାଆର ଆଖିରୁ ଆନନ୍ଦାଶ୍ରୁ ବହେ

   ପୁତ୍ରେ କରି ଆଲିଙ୍ଗନ

ଦୁଇ ବର୍ଷ ପରେ ପୁତ୍ର ସଙ୍ଗେ କଲା 

   ଗାଆଁକୁ ପ୍ରତ୍ୟାବର୍ତ୍ତନ |


ଖୁସିର ଲହର ଖେଳିଗଲା ଗ୍ରାମେ

   ଲୋକ ହେଲେ କୁହାକୁହି

ପାଉଁଶ ତଳର ସପନ ସାର୍ଥକ

  ଧନ୍ୟ ନିରୁପମା ତୁହି |



Rate this content
Log in

Similar oriya poem from Tragedy