ପାଉଁଶ ତଳର ନିଆଁ
ପାଉଁଶ ତଳର ନିଆଁ
ପାଉଁଶ ତଳର ନିଆଁ
ଥରାଇ ଦିଏ ତା ହିଆ
କହେ ମୁଁ ତ ନୁହଁଇ
କଙ୍କାଳ ସାର
ଶୃଙ୍ଖଳରେ ବନ୍ଦା
ମୋରି ଆଖି
ଅତୀତର ମୁକ ସାକ୍ଷୀ ।
ପବିତ୍ର ଅଟଇ
ମୋରି କାୟା
ଏବେ ବି କହେ ମୁଁ
ବାଈ ମୁଣ୍ଡିର
ସେହି ଅଲିଭା
ଚିନ୍ତିନ ବିସ୍ମିତର କଥା ।
ହୋଇଛି ସତ୍ୟ
ସୂତ୍ରରେ ବନ୍ଧା
ଅଶ୍ରୁ ଛଳ ନୟନେ
ବଖାଣେ ଧରମାର ତ୍ୟାଗ
ବିଶୁମହାରଣାର ମମତା ।
ଜଳାଞ୍ଜଳିର ଗାଥା
ଦେଖିଛି ପୂଣ୍ୟ ଓଡ଼ଶା
ଭୁଇଁରେ କତେ ଓଡ଼ିଆ ବୀର
ନିଜ ମାଟି ମା ପାଇଁ ।
ଲଢ଼ି ନିଜ ଜୀବନକୁ
ଦେଲେ ଜଳାଞ୍ଜଳି
ତାଙ୍କରି ରକ୍ତରେ
ଏ ମାଟି ଏବେବି ଆଦ୍ର
କାନ୍ଦଇ କଇଁ କଇଁ ।
ପାଉଁଶର ଲୁହ କି
ପୋଛି ହୁଏ ସେ ତ ସୁପ୍ତ
ଜୟ ଗୀତି
ଗାଏ ତା ଧୂଆଁ
ସୁନୀଳ ଆକାଶ ତଳେ
ହୋଇ ଯାଏ ଲୀନ
ରହି ଯାଏ ସ୍ମୃତିର ପାଖୁଡ଼ା ହୋଇ ।