STORYMIRROR

Amita Dash

Tragedy Inspirational

3  

Amita Dash

Tragedy Inspirational

ପାଉଁଶ ତଳେ ଶୋଇଚି ସପନ

ପାଉଁଶ ତଳେ ଶୋଇଚି ସପନ

1 min
395

ପାଉଁଶ ତଳେ ରହିଯାଏ ଅଧା କେତେ ସପନ

ଆକାଶରେ ବର୍ଷା ଘଡ଼ଘଡ଼ିର ତାଣ୍ଡବ

କାଳି ଅନ୍ଧାରରେ ମୁହଁକୁ ମୁହଁ ଦିଶିବା କଷ୍ଟ

ମଶାଣିରେ ଜୁଇ କୁଢ଼ କୁଢ଼

କୋଉଠି ଜଳୁଛି ନିଆଁ ହୁତୁ ହୁତୁ ତ କୋଉଠୁ ଆସୁଥିଲା କୁହୁଳା ଧୂଆଁର ଗନ୍ଧ

ରହି ରହି ଶୁଭୁଥିଲା ବିକଟାଳ ରଡି କୁକୁର, ବିଲୁଆଙ୍କର

କାହାର କର୍ମ ସରିଯାଇଚି, ଶାନ୍ତିର ମରଣ

କୋଉଠି ବୁଢା ବୟସର ଲାଠି ଭେଣ୍ଡା ପୁଅକୁ ହରାଇ ମାଆର ଆକୁଳ ରୋଦନ

ବିବାହର ଆଠ ବର୍ଷ ପରେ ମିଳିଥିବା ସୌଭାଗ୍ୟ ମାଆ ହେବାର

କିନ୍ତୁ ଦଇବ କ'ଣ ଦେଖିପାରେ ଏତେ ସୁଖ 

ଉଭୟ ଚାଲିଗଲେ ମାଆ ଆଉ ପେଟର ଉତିଆଣି ଛୁଆଟା ତା'ର

ନିଆଁ ତଳେ ଶୋଇଗଲା କେତେ ଅଧୁରା ସପନ

ନା,ନା ମୁଁ ସମୟ ଦେଖୁଥିଲି କିଛି ଭିନ୍ନ

ସବୁ ପାଉଁଶ ଗଦାର ସପନ ବସି ଦେଖୁଛନ୍ତି ସପନ

ହେଉଛନ୍ତି କଥାବାର୍ତ୍ତା ପରସ୍ପର

କିଏ ଲୁହ ପୋଛି ଦିଏ କାହାର

କିଏ ଶୁଣେ ଅମର ପ୍ରେମର ଗାଥା ଆଉ କାହାର

ମୁଁ ଦେଖୁଛି ପାଉଁଶ ତଳେ ଗଦା ଗଦା ସପନ

ହାଡି ବୁଢ଼ା ହସି ହସି ବେଦମ୍

ବୁଢ଼ା କହୁଚି,ଆମେ ହାଡ଼ି, ଛୁଇଁ ବୁନି ଶବ

ବ୍ରାହ୍ମଣ ଘର ଶବ ଛୁଇଁ ହାଡ଼ି ପୋଡିବ 

ତୁମେ ତୁମ ଲୋକଟାକୁ ପୋଡ଼ି ଦେଲେ 

 ତୁମେ ଜାଣିଚ ସିଧା ସେ ଯିବ ସରଗ

ତାହାଲେ କାଇଁ ମିଛଟାରେ ଧକଉଚ

ମୁଣ୍ଡପିଟି, ଛାତି ପିଟି କାନ୍ଦୁଛ

ସ୍ୱର୍ଗ ଦ୍ୱାର କାଇଁ ବୋହି କି ଆଣୁଚ

ଅଧା ପୋଡ଼ାରେ ଛାଡି ଚାଲିବି ଯାଉଚ

ପାଉଁଶ ମହୋଦଧିରେ ବିସର୍ଜନ ବି କୋଉଠି କରୁଚ

ମୁଁ ସତରେ ମହାପାପୀ ହାଡ଼ି ଘରେ ନେଇଚି ଜନମ

ମଡ଼ା ପୋଡ଼ିବି, ପାଉଁଶ ଉଠେଇବି

ସପନ ସବୁ ବିଳାପ କରିବା କେତେ ଆଉ ଏ ଆଖି ଦେଖିବ

ଭଲ କରୁଚ ପାଉଁଶ ସହ ସପନ ବି ବିସର୍ଜିତ ହୋଇ ନ ଯାଉ

ସେଇ ସପନ ଟିକକରେ ବଞ୍ଚିବାର ରାହା ମିଳୁଥାଉ

ଯିଏ ଗଲା ସିଏ ତ ଗଲା, ଯିଏ ରହିଲା ମରିଗଲା ଜିଇଁ ଥାଉ ଥାଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy