Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aruna Kar

Tragedy

3  

Aruna Kar

Tragedy

ପାଉଁଜି ର ଆତ୍ମହତ୍ୟା

ପାଉଁଜି ର ଆତ୍ମହତ୍ୟା

1 min
7.3K



ଏକ ପ୍ରଶ୍ନବାଚୀ.....

ଆତ୍ମ ହତ୍ୟା କରିଛି ପାଉଁଜି.....

ଚାରିଆଡ଼େ ଖାଲି ଶୂନ୍ ଶାନ୍

ନିସ୍ତବ୍ଧତା ର ରାଜୁତି

ତା ଶବର ବ୍ୟବଚ୍ଛେଦ ପାଇଁ

ପ୍ରସ୍ତୁତି ଚାଲିଛି।


ଜଳନ୍ତା ମଧ୍ୟାହ୍ନରେ

ଧୂ ଧୂ ଖରାରେ ଶୋଇ ଯାଇଛି ସେ

ତା ଲୁହ ବାଷ୍ପ ହୋଇ ଯାଇଛି

ତା ଦେହର କ୍ଷରିତ ରକ୍ତରେ

ବସୁଧାର ଶୁଭ୍ର ଶାଢୀ

ଟହ ଟହ ଲାଲ୍ ଦିଶୁଛି.।


ସମସ୍ତଙ୍କ ମୁହଁରେ ଆହା

କାହିଁକି କାହାପାଇଁ ଏ ପୂର୍ଣ୍ଣ ଛେଦ

ପାଉଁଜିର ଆୟୁଷରେ

ସେ ବା କାହାର କି କ୍ଷତି

କରି ଥିଲା ଯେ,

ସେ ତ ନିଜେ ଜଳି ଅନ୍ୟକୁ

ଆମୋଦିତ କରୁଥିଲା।


ବାଜି ବାଜି ଥକି ପଡୁ ନଥିଲା କେବେ

କାହାକୁ କେବେ କହି ନଥିଲା

ତା ମଧୁର କି ତିକ୍ତ ଅନୁଭୂତି, ପୁଣି

ତା ଗ୍ରୀଷ୍ମ, ବର୍ଷା, ଶୀତ ଅବା

ଫଗୁଣ କାହାଣୀ।


ଚାପା ଗୁଞ୍ଜନରେ

ଫାଟି ପଡ଼ୁଛି ଚାରି ଆଡ଼

ପାଉଁଜି ପେଟରେ କାଳେ

ଚାରି ମାସର ଅବୈଧ ଭୃଣ

କଣ ଆଉ କରିଥାନ୍ତା ବିଚାରି

ନିଜେ ତିନ୍ତି କେତେ ଆଉ

ତିନ୍ତେଇବ ଅନ୍ୟକୁ......

ଅନ୍ତତଃ ତା ମୃତ୍ୟୁରେ

କେହି ଜଣେ ଖୁସି ଅଛି .......

ଫିସ୍ ଫିସ୍ କରି କହୁଛି

ଯା ହେଉ ପାପ ଟିଏ ଗଲା

ମୁଁ ବଞ୍ଚି ଗଲି. ।


ଅରୁଣା କର

30:06 :18

ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ

ଭୁବନେଶ୍ଵର


Rate this content
Log in

Similar oriya poem from Tragedy