ଅପାଶୋରା ସ୍ମୃତି
ଅପାଶୋରା ସ୍ମୃତି
1 min
381
ଆଘାତ ଭିତର ସ୍ନେହ ଟିକୁ ଯଦି ତୁମେ ପାରୁଥାନ୍ତ ଦେଖି, ଆଘାତ ଲାଗନ୍ତା ପ୍ରୀତିଫୁଲ ପରି ସମୟ ରହନ୍ତା ସାକ୍ଷୀ ଆଘାତ ଭିତର ସ୍ନେହଟିକୁ ।
ବିଶ୍ବାସ ମିଶିଛି ପ୍ରଶ୍ଵାସ ସାଥିରେ ଅପଲକ ଦୁଇ ଆଖି, ଲୁହ ଯାକ ସବୁ ଓଠ ପିଇ ଯାଏ ଅପାଶୋରା ସ୍ମୃତି ସାକ୍ଷୀ ଆଘାତ ଭିତର ସ୍ନେହଟିକୁ ।
ମାନ ଅଭିମାନ ଭିତରକୁ ଥରେ ଚାହିଁଲେ ମନ ନିରେଖି, ସେ ଭିତରେ ଥିବା ମିଠା ପରଶକୁ ଅବଶ୍ୟ ପାରନ୍ତି ଦେଖି ଆଘାତ ଭିତର ସ୍ନେହଟିକୁ ।
ଆଞ୍ଜୁଳା ଆଞ୍ଜୁଳା ପ୍ରୀତିର ସ୍ମୃତିକୁ କେମିତି ସାଇତି ରଖି, ହୃଦୟ ଝୁରୁଛି ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ରଙ୍ଗ ମାଖି ଆଘାତ ଭିତର ସ୍ନେହଟିକୁ ।
