STORYMIRROR

Aruna Kar

Others

4  

Aruna Kar

Others

ପ୍ରିୟ ପ୍ରତାରକ

ପ୍ରିୟ ପ୍ରତାରକ

1 min
340


ଗପ ସରିଯିବ ପତ୍ର ଝଡ଼ି ଯିବ 

ମରିଯିବ ଫୁଲ ଗଛ 

ତୁମେ ଝୁରୁଥିବ ମଥା ପିଟି ପିଟି 

ପ୍ରେମ ହୋଇଯିବ ମିଛ ।


ଏତେ ବେଶୀ ତୁମ ପ୍ରେମରେ ଭରସା 

କାହିଁକି କିପରି କରିଛ 

ଏ ଦୁନିଆ ଭାରି ପ୍ରହେଳିକାମୟ 

ଏଠି ସ୍ନେହଶ୍ରଦ୍ଧା ସବୁ ତୁଚ୍ଛ ।


ମିଛ ବନ୍ଧନର ଲୋଭ ଦେଖି ତୁମ 

ଲାଗେ ଭାରି ପରିହାସ 

ବୁଝି ବିଚାରିକି ସିଦ୍ଧାନ୍ତ କରିଲେ 

ହେବନାହିଁ ଉପହାସ ।


ଆଖି ଆଗେ ଯାହା ପରିଷ୍କାର ଦିଶେ 

ଭିତରେ ଖାଲି କଳୁଷ

ସାବଧାନ ହୋଇ ବାଟ ନ ଚାଲିଲେ 

ବାନ୍ଧିଦେବ ନାଗଫାସ ।।


Rate this content
Log in