ସମ୍ପର୍କ ଏମିତି
ସମ୍ପର୍କ ଏମିତି
1 min
9.1K
ବିଶ୍ବାସ ନ ଥିଲେ
ସମ୍ପର୍କ ବା କାହିଁ
ବିନା ନାଉରୀରେ
ଡଙ୍ଗା କି ଚାଲଇ
ସମ୍ପର୍କ ପଛରେ
ସର୍ବେ ଧାଉଁ ଥାଉଁ
ସମ୍ପର୍କର ସଂଜ୍ଞା
ବୁଝି ନ ପାରଉ
ସମ୍ପର୍କ ନୁହଁଇ
କାଗଜର ନାଆ
ଯେମିତି ପାରିବ
ଦେବ ଭସେଇ
ଯେତେବେଳେ ଇଚ୍ଛା
ଚିରି ଦେବ ତାକୁ
ଯେତେବେଳେ ପୁଣି
ନେବ କୋଳେଇ
ସମ୍ପର୍କ ନୁହଇଁ
ମାଟିର ଖେଳଣା
ଖେଳି ଦେଇ ତାକୁ
ଫିଙ୍ଗିବ ଦୂରେ
ସମ୍ପର୍କ ନୁହଁଇ
ପାଣିର ଗାର
ତା ଚିତ୍ର ଆଙ୍କିବ
ରଙ୍ଗ ତୂଳୀରେ
ଅରୁଣା କର
01:12:18
ଭୁବନେଶ୍ବର
