ମୋ କାଳିଆ ପାଇଁ
ମୋ କାଳିଆ ପାଇଁ
1 min
335
ଚରଣ କମଳେ ଜାଗା ଟିକେ ଦିଅ
ପଖାଳିବି ପାଦ ଢାଳି ମୋର ଲୁହ l
ଟିକି ଫୁଲ ଟିଏ ମୋତେ କରିଦିଅ
ପାଦ ତଳେ ଥିବି ଝରାଇ ମୋ କୋହ l
ଗରୁଡ଼ ପାଖରେ ଦୀପ ଟିଏ ହୋଇ
ଜଳୁଥିବି ମୁହିଁ ଯୁଗ ଯୁଗ ପାଇଁ l
ତୋତେ ଦେଖୁଥିବେ କେତେ ଭକତ
ସଭିଙ୍କୁ ଦେଖି ମୁଁ ହେବି ଉସତ l
ତୋ ଚକା ଆଖିରେ ମୋ ଆଖି ମିଶାଇ
କୋଟି ଜନ୍ମ ପାପ , ଦେଉଥିବି ଧୋଇ l
ଏ ଜନମ ନୁହେଁ କୋଟି ଜନ୍ମ ପାଇଁ
ତୁମ ଶ୍ରୀମୁଖକୁ ରହିଥିବି ଚାହିଁ l
