STORYMIRROR

Aruna Kar

Others

3  

Aruna Kar

Others

ଜହ୍ନ

ଜହ୍ନ

1 min
424


କି ଯାଦୁ ରଖିଛ ସେ ରୂପା

ମୁହଁରେ ଦେଖିଦେଲେ ସବୁ ...

ମିଳେଇ ଯାଏ, ରାଗ ରୁଷା ଆଉ .. .

ମାନ ଅଭିମାନ ଆପେ ଆପେ ସବୁ ଉଭେଇ ଯାଏ।

କାହିଁକି ରହୁଛ ତାରାଙ୍କ ମେଳେ

ବାଦଲ ଉହାଡ଼େ ନୀଳ ଆକାଶେ,

କାହିଁ ଢାଳି ଦିଅ ମେଞ୍ଚା ମେଞ୍ଚା ଜ୍ୟୋତ୍ସ୍ନା

ସବୁରି ଉପରେ ମନ ହରସେ।

କେତେ ଅଭିଯୋଗ ମନରେ ମୋ ଥାଏ

ଭାବେ କହି ଦେବି ତୁମରି ମୁହେଁ,

ହେଲେ ଜୋଛନା ତୁମର ଏତେ

ଅପଣାର ପଲକ ମଧ୍ୟରେ ଭିଜେଇ ଦିଏ ।


ଅରୁଣା କର

28.01.19 ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍