ପାଟିର ସ୍ୱାଦ
ପାଟିର ସ୍ୱାଦ
ହାଏ ରେ ମଣିଷ କି ବୁଦ୍ଧି କରୁ
ନିରିହ ଯିବଙ୍କୁ କି ପାଇଁ ମାରୁ l
କି ଦୋଷ କଲେ ସେ ନିରିହ ଜୀବ
ନିଜ ପେଟ ପାଇଁ ନେଉ ତା ଜୀବ l
ମାଛ ମାଂସ ପୁଣି ଅଣ୍ଡା ଦରକାର
ପାଟି ସ୍ଵାଦ ପାଇଁ ତୋର ନିଜର l
କୁକୁଡ଼ା ଯେ ଗଞ୍ଜା ଗୋଟା ମାରିଣ
କରିଦେଇ ଥାଉ ତୁହି ତିଅଣ l
ଖାସି ମାଂସ ପୁଣି ତୋତେ ଦର୍କାର
ନହେଲେ ନରୁଚେ ଭାତ ତୋହର l
ସେଥିପାଇଁ ତୁହି ଛେଳିଙ୍କୁ ମାରୁ
ଟିକିଏ ହେଲେ ବି ଦୟା ନ କରୁ l
ନିରାମିଷ ଖାଦ୍ୟ ରୁଚେନା ସତେ
ଆମିଷଟି ପୁଣି ଲୋଡା ଯେ ତୋତେ l
ବଞ୍ଚାଇ ପାରିବୁ ସେହି ଜୀବକୁ
ଯାହାକୁ ତୁ ମାରୁ ନିଜ ସ୍ୱାର୍ଥ କୁ l
କାହିଁ ପାଇଁ କରୁ ଏମିତି କର୍ମ
ଜୀବକୁ ଖାଇଣ ପାଳୁ ତୁ ଧର୍ମ l
ଜିବେଦୟା ନିତି ସବୁରି ଧର୍ମେ
ପାଳ ତୁହି ବୁଝି ଏହାର ମର୍ମେ l
ବଂଚିବାକୁ ଦିଅ ତାଙ୍କୁ ଟି ତୁମେ
ତୁମ ପରି ପ୍ରାଣ ତାଙ୍କଠି ଭ୍ରମେ l
ଏତିକି ମିନତି କରୁଛି ମୁହିଁ
ନିରାମିଷ ଖାଇ ରଖ ତୁ ମହୀ l