STORYMIRROR

Anam Charan Sahoo

Inspirational

3  

Anam Charan Sahoo

Inspirational

ପାଠଶାଠ

ପାଠଶାଠ

1 min
331

ପାଠଶାଠ ବେନି ଯାଆଁଳା ଭଗିନୀ

ନ ଭୁଲିବା ଆମେ କେହି

ପାଠରୁ ଜୀବିକା ଶାଠରୁ ସୁସ୍ଥତା

ମିଳେ ଜୀବନରେ ଭାଇ ।


ପେଟ ପାଟଣାର ଉଚିତ ଉତ୍ତର

ପଢିଥିଲେ ଭଲ ପାଠ

ମିଳେ ରୋଜଗାର ଦୁଃଖ ହୁଏ ଦୂର

ଚଳଇ ଜୀବନ ହାଟ ।


ମିଳେ ସନମାନ ଖୁସି ନିଜ ଜନ

ସୁଖୀ ହୁଏ ପରିବାର

ସୁଖର ଅରୁଣ ହସାଏ ପରାଣ

ଜଗତରେ ଯାହା ସାର ।


ଶାଠର ସମ୍ପଦ ସ୍ବାସ୍ଥ୍ୟ ହୁଏ ମିତ

ନୀରୋଗ ହୁଅଇ ମନ

ସୁଦୀର୍ଘ ଜୀବନ ସୁସ୍ଥ ବଳବାନ

ମନରେ ଉଦୟ ଜ୍ଞାନ ।


Rate this content
Log in

Similar oriya poem from Inspirational