STORYMIRROR

BANITA SAHU

Abstract Classics Others

3  

BANITA SAHU

Abstract Classics Others

ପାଠରେ ପାଠରେ କରୋନା ସଚେତନତା

ପାଠରେ ପାଠରେ କରୋନା ସଚେତନତା

1 min
218

ଦୁଇ ଏକେ ଦୁଇ 

ଜରୁରୀ ନହେଲେ ବାହାରକୁ ଯିବନି ଭାଇ।

ଦୁଇ ଦୁଗୁଣେ ଚାରି

ପରିବେଶ ପରିଷ୍କାର ରଖିବା ଜାରି।

ଦୁଇ ତିରିକି ଛଅ

ସମସ୍ତଙ୍କୁ ମାସ୍କ ବ୍ଯବହାର କରିବା କୁହ।

ଦୁଇ ଚଉକୁ ଆଠ

ଘରେ ରହି ପଡିବା ଆମେ ପାଠ।

ଦୁଇ ପଞ୍ଚା ଦଶ

ମିଳିମିଶି କରୋନାକୁ ହରାଇବା ଆସ।

ଦୁଇ ଛକ ବାର

ସମସ୍ତଙ୍କ ମନର ଭୟକୁ କରିବା ଆମେ ଦୂର

ଦୁଇ ସତନା ଚଉଦ

ସବୁବେଳେ ପରିଷ୍କାର ରଖିବା ଆମରି ହାତ

ଦୁଇ ଅଷ୍ଠନା ଷୋହଳ

ଜନଗହଳକୁ ଯିବନାହିଁ ସହଳ।

ଦୁଇ ନୁଆ ଅଠର

ପରିବେଶ ରଖିବା ଭାରି ସୁନ୍ଦର।

ଦୁଇ ଦଶା କୋଡିଏ 

ସାମାଜିକ ଦୂରତା ବଜାଇ ରଖିବା ସମସ୍ତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract