ପାଠରେ ପାଠରେ କରୋନା ସଚେତନତା
ପାଠରେ ପାଠରେ କରୋନା ସଚେତନତା
ଦୁଇ ଏକେ ଦୁଇ
ଜରୁରୀ ନହେଲେ ବାହାରକୁ ଯିବନି ଭାଇ।
ଦୁଇ ଦୁଗୁଣେ ଚାରି
ପରିବେଶ ପରିଷ୍କାର ରଖିବା ଜାରି।
ଦୁଇ ତିରିକି ଛଅ
ସମସ୍ତଙ୍କୁ ମାସ୍କ ବ୍ଯବହାର କରିବା କୁହ।
ଦୁଇ ଚଉକୁ ଆଠ
ଘରେ ରହି ପଡିବା ଆମେ ପାଠ।
ଦୁଇ ପଞ୍ଚା ଦଶ
ମିଳିମିଶି କରୋନାକୁ ହରାଇବା ଆସ।
ଦୁଇ ଛକ ବାର
ସମସ୍ତଙ୍କ ମନର ଭୟକୁ କରିବା ଆମେ ଦୂର
ଦୁଇ ସତନା ଚଉଦ
ସବୁବେଳେ ପରିଷ୍କାର ରଖିବା ଆମରି ହାତ
ଦୁଇ ଅଷ୍ଠନା ଷୋହଳ
ଜନଗହଳକୁ ଯିବନାହିଁ ସହଳ।
ଦୁଇ ନୁଆ ଅଠର
ପରିବେଶ ରଖିବା ଭାରି ସୁନ୍ଦର।
ଦୁଇ ଦଶା କୋଡିଏ
ସାମାଜିକ ଦୂରତା ବଜାଇ ରଖିବା ସମସ୍ତେ।
