STORYMIRROR

ଦୀପଙ୍କର ଦାସ

Tragedy Inspirational

3  

ଦୀପଙ୍କର ଦାସ

Tragedy Inspirational

ପାଠ ପଢ଼ି ସବୁ ବେକାର

ପାଠ ପଢ଼ି ସବୁ ବେକାର

1 min
445

ରେଳଧାରଣାର ଆରପାରେ

ମୂକ ଜନତାଙ୍କ ଭିଡ଼ରେ

ଦର୍ଶକ ସାଜିଲି ମୁହିଁ

ଦେଖିଲି ଦୁଇ କଟା ହାତ 

ଛାତି ଥରା ରକ୍ତ

ମୃତପ୍ରାୟ ବିରାଟ ମଣିଷ ପଡ଼ିଛି ଶୋଇ

ଶୋଇ ଗଲାକି ମରି ଗଲା???

ପ୍ରଶ୍ନ ଭିଡରୁ ଶୁଭିଲା

ଦୁର୍ଘଟଣା କି ଘଟଣା

କେମିତିରେ ବାବୁ ଘଟିଲା

ରକ୍ତ ନା ୟେ ନାଲି ପାଣି

ନା ମହୁ କିଏ ପାରିବ କି ଜାଣି

ମାଛି ପିମ୍ପୁଡ଼ିଙ୍କ ଝଗଡ଼ା

ମହୁ ହଉ ଅବା ରକ୍ତ କରନାରେ ଏତେ ଆଖେଡା

ମାଛି ଶବ୍ଦ କରେ ଭଁ ଭାଁ 

ପିମ୍ପୁଡ଼ି କରୁନି ଶବ୍ଦ

ଜାଣିଛି ପରା ମାଆ କହି ଥିଲେ 

ଖାଇବା ବେଳେ ହେବନି କଥା

ଶରୀର ଦୁର୍ବଳ ହେବ ଅନ୍ୟଥା

ହାତ କଟିଗଲା ଅବା କାଟିଦେଲା

ନା ହାତ ଜମାରୁ ନଥିଲା

ବିନା ହାତରେ ଜନ୍ମି ଥିଲା

କେହି କହୁଥିଲା ଦୁର୍ଘଟଣା 

ପ୍ରଶ୍ନରେ ପ୍ରଶ୍ନରେ ମୂକ ଜନତାଙ୍କ

ମୁଣ୍ଡ ହୋଇଥିଲା ବାଟ ବଣା

କେହି ଜଣେ ଗଲେ ସଳଖି

ପଡି ରହିଥିବା ବିଚରା ଲୋକକୁ

ପାଣି ଟିକେ ଦେଲେ ,ଖୋଲିଲା ଆଖି

ଆଖି ଖୋଲି ସିଏ ହସିଲା

ଭୟ କିମ୍ବା ଚିନ୍ତା ମୁହଁରେ ନଥିଲା

ବୁଢ଼ା ମଉସା ସ୍ନେହରେ କହିଲେ 

ବାବୁରେ ତୋର କଣ ହେଲା

ହାତ ଦୁଇ କେମିତି କଟିଲା ???

ଆଖିରେ ଚାଚ୍ଛଲ୍ୟ ଓଠ ଥରିଲା

ମୁଁହରେ ଅଳ୍ପ ହସି କହିଲା

ନାଇ ମଉସା ହାତ ଦୁଇ ମୋର ମୁଁ ହିଁ କାଟିଲି

କେତେ ଦିନ ହେଲା ଏଇ ହାତ ପାଇଁ

ଭାରି ଜଞ୍ଜଳାରେ ଥିଲି

ବଡ଼ ବଡ଼ ଡିଗ୍ରୀ ବଡ଼ ମାନପତ୍ର

ସବୁ ଦେଇଥିଲା ହାତ

ଏଇ ହାତ ପୁଣି ବଡ଼ ହେଲା ପରେ 

କଲା ବଡ଼ ପକ୍ଷପାତ

ନା ଶୁଣିଲେ କେହି ନା ଶୁଣିଲା ସରକାର

ଆଉ ହାତ ପାଇଁ ସାଜିଗଲି ମୁହିଁ

ପଣ୍ଡିତରୁ ବେକାର

ଭାବିଲି ହାତ ରଖି କଣ ଲାଭ

ପଙ୍ଗୁ ଶୁଣିବା କାନକୁ ଭଲ

ଶୁଣି ପାରିବିନି ବେକାର

ହାତ ଦୁଇ ମୋର କାଟିଦେଲି

ଶୋଇରହିଥିବା ପତ୍ରକାରଙ୍କୁ 

ମସଲା ଖବରଟେ ଦେଲି

ଦେଖ ସରକାର,

ଏବେ ନୁହଁ ବେକାର

ତୁ ଦେଇଥିବା ପରିଚୟ ଟିକୁ

ମାଟିରେ ମିଶେଇ ଦେଲି

ହେବି ପଛେ ପଙ୍ଗୁ ହେବିନି ବେକାର

ସେ ଚିତ୍କାର ମୁଁ ଶୁଣିଥିଲି

ଟାଇମ୍ସ ଅଫ ଇଣ୍ଡିଆରେ

ଦକ୍ଷିଣ ଯୁବକର ଖବର ପଢ଼ି ମୁଁ କାନ୍ଦି ଗଲି

ସେ ନୁହେଁ ଭୀରୁ

ଭୀରୁ ହୋଇଥିଲେ ଆତ୍ମହତ୍ୟା କରନ୍ତା

ଖାଲି ହାତ ନୁହଁ ସମୂଲେ ନିଜକୁ ମାରାନ୍ତା

ଦେଶରେ ଏବେ ବି ବେକାର ଅଛି

ହାତ କାଟି ସିଏ ଜଣେଇ ଦେଲା

ପାଠ ପଢ଼ି ଯଦି ପାଠୁଆ ହୁଅନ୍ତି

କେଉଁଠୁ ଆସୁଛି ବେକାର

ଦେଖ ସରକାର 

ପାଠ ପଢି ସବୁ ବେକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy