STORYMIRROR

Pranati Acharya

Comedy Classics Others

2  

Pranati Acharya

Comedy Classics Others

ପାଠ ପଢା ସ୍ବାହା

ପାଠ ପଢା ସ୍ବାହା

1 min
93


ଲକ୍ ଡାଉନ୍ ରେ ଘରେ ବସି ବସି କଅଣ କରିବି ଭାବୁଛି

ଲେଖାରେ ଲେଖାରେ ଅଭିଜ୍ଞତା ସବୁ ବାଣ୍ଟିବାକୁ ପେନ୍ ଧରିଛି ।।

ଶିକ୍ଷା ଦିକ୍ଷା ସବୁ ଚୁଲିକି ଗଲାଣି ରାଜନୀତି ଖାଲି ଚାଲିଛି

ଯୋଜନା ଏଠାରେ ହଡପ ହେଉଛି ଗରିବ ମଣିଷ ଦେଖୁଛି।।

ମାଙ୍କଡ ହାତରେ ଶାଳଗ୍ରାମ ପରି ଅନ୍ ଲାଇନ୍ ପାଠ ପଢା 

ମୋବାଇଲ ପ୍ରେମେ ପଡିଗଲେ ପିଲା ପାଠ ପଢା ହେବ ସ୍ବାହା ।। 

ଘରଠୁ କଚେରୀ ଅଫିସ୍ ବଣିଜ ଅନ୍ ଲାଇନ୍ ସବୁ ହେଲାଣି

ସରକାରୀ ସେବା ଅର୍ଥ ଦେବା ନେବା ଡିଜିଟାଲ ହୋଇଗଲାଣି ।।

ମାଆ ଯଦି କେବେ ପଡିଲା ବେମାରି ଝିଅ କାନ୍ଦେ ଓ୍ୱାଟସପରେ 

ଦାଦି ମାଆ ଯଦି ମରିଯାଏ ଘରେ ନାତି ଶୋକ ପାଳେ ମେଲ୍ ରେ ।। 

ସେକାଳର ପାଠ ଏବେ ଆଉ ନାହିଁ ସବୁ ତ ଚୁଲିକି ଗଲାଣି 

କରୋନା କାଳରେ ଅନ୍ ଲାଇନ୍ ଶିକ୍ଷା ପିଲାଙ୍କୁ ତ ଭ୍ରମ କଲାଣି ।। 

ମଣିଷ ପଣିଆ ଭୁସୁଡି ଗଲାଣି ଭାଇ ଚାରା ଚାଲି ଗଲାଣି

 ଏସବୁ ବିଭ୍ରାଟ ଦେଖି ବି ନିର୍ବାକ୍ ମାତ୍ର ମୁଁ ଦୂରେଇ ପାରୁନି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy