STORYMIRROR

ବି. ନିରୁପମା

Romance

4.9  

ବି. ନିରୁପମା

Romance

ପାଶେ ହୁଅନ୍ତ କି ଛିଡ଼ା !

ପାଶେ ହୁଅନ୍ତ କି ଛିଡ଼ା !

1 min
133


ସେତେବେଳୁ ରାଧେ ମୁରଲୀ ବାଉଛି

ମିଳୁନାହିଁ ତୁମ ଦେଖା ,

ତୁମରି ବିହୁନେ ଏ ଯାମିନୀ କିବା

ଏମିତି ବିତିବ ଏକା


ବାରବାର ଆସି ତୁମରି ଭାବନା

ମନକୁ ଅସ୍ଥିର କରେ ,

କେମିତି କହିବି ତୁମ ଠାରୁ ବଳି

ମୁଁ ଏଠି ତୁମକୁ ଝୁରେ


ତୁମେ ସିନା ତୁମ ମନର ବେଦନା

ଖୋଲି କହିଦିଅ ମୋତେ ,

ରାଗ,ଅଭିମାନ,ନିନ୍ଦା,ଅପମାନ

ମନ ତଳେ ଥାଏ ଯେତେ


ମୁଁ କିନ୍ତୁ ସେସବୁ ହୃଦୟରେ ଚାପି

ଓଠରେ ଝରାଏ ହସ ,

ଭଗବାନ ବୋଲି କାନ୍ଦିବାକୁ ମନା

ଯେଣୁ ଅନ୍ୟ ଆଦରଶ


ସତ୍ୟ କିନ୍ତୁ ରାଧେ ପ୍ରତିକ୍ଷଣ ଲଭେ

ତୁମରି ବିରହ ପୀଡ଼ା ,

ମନ ମୋର ଚାହେଁ ଏଇକ୍ଷଣି ଆସି

ପାଶେ ହୁଅନ୍ତ କି ଛିଡ଼ା


Rate this content
Log in

Similar oriya poem from Romance