STORYMIRROR

Bharatabandhu Biswal

Tragedy Inspirational Others

4  

Bharatabandhu Biswal

Tragedy Inspirational Others

ପାରିବାରିକ କଳହ

ପାରିବାରିକ କଳହ

1 min
558


ସମାଜ ଏକକ ଅଟେ ପରିବାର

କ୍ଷୁଦ୍ରାଦପି ପ୍ରତିଷ୍ଠାନ

ଜୀବନର ସୃଷ୍ଟି ଲାଳନ ପାଳନେ

ମହାନ ତା ଅବଦାନ ।

ଉତ୍ତମ ସଂସ୍କାର ପ୍ରାଥମିକ ଶିକ୍ଷା

ସ୍ୱଗୃହେ ଲଭଇ ଶିଶୁ

ସେନେହ ଶରଧା ସଦଗୁଣ ଆହରି

ବୋଲାଏ ମଣିଷ ସୁ ।

ଅତି ଉଚ୍ଚାକାଂକ୍ଷା ଲୋଭ ଓ ଲାଳସା

ଅନାଟନ କୁଚଳନୀ

ନାଶ କରୁଅଛି ଶାନ୍ତି ସୁସମ୍ପର୍କ

ସମସ୍ୟା ଜଟିଳ ପୁଣି ।

ନିଶାଶକ୍ତ ହୋଇ ଘରକୁ ଆସୁଛି

ଅସହାୟ ଗୃହ ସ୍ୱାମୀ

କୋପେ କରୁଅଛି ନାନା ଅତ୍ୟାଚାର

ଦେଉଛି ସେ ମାଡ ଗାଳି ।

ବିଚରା ଗୃହିଣୀ ଅବୋଧ ସନ୍ତାନ

ନ ପାଇ କିଛି ଉପାୟ

ଭାଗ୍ୟ କୁ ନିନ୍ଦିଣ କାଠଗଡ଼ ପ୍ରାୟ

କରିଯାନ୍ତି ସବୁ ସହ୍ୟ ।

ସାମାଜିକ ସ୍ତରେ ପ୍ରତିଟି କ୍ଷେତ୍ରରେ

ଦୁର୍ନୀତି ଓ ଭ୍ରଷ୍ଟାଚାର

ବଢ଼ିଛି ବେକାରୀ ବିଳାସ ବ୍ୟସନ

ମିଳୁନାହିଁ କାମଦାମ ।

ଜନ ଓ ଜୀବନ ବଡ଼ ବ୍ୟତିବ୍ୟସ୍ତ

ପ୍ରଖର ପ୍ରତିଦ୍ୱନ୍ଦିତା

ଅଳପ ସମୟେ ଚାହୁଁଛି ମଣିଷ

ଉପାର୍ଜିବ କଳା ଟଙ୍କା ।

ବିବେକ ବିଚାର ହରାଇ ମଣିଷ

ରାଗ ତମ ହିଂସ୍ର ପଶୁ

କରୁଛି ଅକାର୍ଯ୍ୟ ସର୍ବତ୍ର କଳହ

ଉଦ୍ଧାର କାହିଁ ବା ଏଥୁ ।

ପରିବାର ଅଟେ ମୈ।ଳିକ ଏକକ

ଐତିହ୍ୟ ଆମ ସଂସ୍କୃତି

ହେଉ ସୁସହତ ନିଶ୍ଚିତ ସୁଦୃଢ଼

ଦେଶର ହେବ ଉନ୍ନତି ।


Rate this content
Log in

Similar oriya poem from Tragedy