STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ପାରିବା କି ମନା କରି !

ପାରିବା କି ମନା କରି !

1 min
13.3K



ଗୋକୁଳାନନ୍ଦ ଧଳ

ଦୁନିଆ ମଞ୍ଚରେ

ଏଇ ନାଟକରେ

ପ୍ରିୟା ତୁମ ହାତ ଧରି

ତୁମରି ସାଥିରେ

ନାୟକ ସାଜି ମୁଁ

ଯିବି ଅଭିନୟ କରି ।

ଚାଲୁଥିବ ତୁମେ

ଚାଲୁଥିବି ମୁହିଁ

ଦେଖୁଥିବି ତୁମ ମୁହଁ

ହସରେ ତୁମର

ହସ ମିଶାଇବି

ତୁମରି ଲୁହରେ ଲୁହ ।

ଆମ ସୁଖ ଆଉ

ଆମ ଦୁଃଖ ନେଇ

ମେଲିଦେବା ଦୃଶ୍ୟ ତରୀ

ଏ ମଞ୍ଚରେ ଆମେ

ତୁମର ବା ମୋର

ସରିଯିବ ଯଦି ଦୃଶ୍ୟ

ତୁମେ ଏକ ଅବା

ମୁଁ ଥିବି ଏକା

କରିବା ବା ଆଉ କିସ ?

ଏଇ ନାଟକରେ

ନିର୍ଦ୍ଦେଶ ଯାହା

ପାରିବା କି ଆନକରି ! !


Rate this content
Log in

Similar oriya poem from Classics