STORYMIRROR

Anam Charan Sahoo

Abstract Inspirational

3  

Anam Charan Sahoo

Abstract Inspirational

ପାରି କରୁଥାଅ ହରି

ପାରି କରୁଥାଅ ହରି

1 min
12.1K

ରକତ ନଚିହ୍ନେ ରକତକୁ ଏବେ ବ୍ୟାପି ଚାଲେ ମହାମାରୀ ମଣିଷ ତଥାପି ସଂଘର୍ଷ କରୁଛି ଭୟରେ ଯାଇନି ହାରି।୦।


ଶତାବ୍ଦୀରେ ଥରେ ଘୋର କାଳ ଆସେ ଅକାଳେ ନିଅଇ ମୁଣ୍ଡ ହାହାକାର ଖେଳେ ଦୁନିଆଁ ବୁକୁରେ କମ୍ପିତ ପିଣ୍ଡ ବ୍ରହ୍ମାଣ୍ଡ କିବା ବାଳବୃଦ୍ଧ ଯୁବତୀ ଯୁବକ କାଳଫାଶେ ନିଏ ଧରି।୧।


କେବେ ଆସିଥାଏ ପ୍ଲେଏଗ ରୂପରେ କେବେ ପୁଣି ସ୍ପାନିସ ଫ୍ଲୁ କେବେ ସେ ଇବୋଲା କେବେ ସେ କରୋନା କାଳ ବଇଶାଖୀ ଲୁଉ ବାତ୍ୟା, ଭୂମିକମ୍ପ ସୁନାମି ଆବର ପାରି କରୁଥାଅ ହରି।୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract