Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Inspirational

4  

Bidyadhar Mantry

Abstract Classics Inspirational

ପାର୍ବଣର ଦୀପ

ପାର୍ବଣର ଦୀପ

1 min
333



ଆସୁଛି ପାର୍ବଣ

ଆସିବେ ମା ଦୁର୍ଗା

ଆଶାର ସମ୍ଭାର ବି ମନରେ

ଆସ ପ୍ରସ୍ତୁତ ହେବା।


ଯେବେ ମା ବିରାଜିବେ 

ଆସ ଦୀପ ଜାଳିବା ଶୁଭ ମନାସି

ମନର ଅନ୍ଧକାର କୁ ଆଲୋକିତ କରି

ଆଶା ,ଆତ୍ମବିଶ୍ବାସ ଓ ସାହସ ସହିତ

ଦୂରେଇରଖିବା ହତାଶର ଭାବ

ଉଜ୍ଜଳ ଆଲୁଅରେ ,ଜିବନ ହେଉ ଆଲୋକିତ।


ପାର୍ବଣରେ,ଦୀପର ଆଲୋକ

ଅସତ୍ୟ ଉପରେ ସତ୍ୟ ଜାଗ୍ରତ

ସତ୍ୟରରାସ୍ତା ନିହାତି ଏକାକୀ 

ବିଶ୍ୱାସ ସହିତ,କେବେ ବି ଅସ୍ଥିର ହେବାନି ।


ପାର୍ବଣର ଦୀପ

ଅଧର୍ମ ଉପରେ ଧର୍ମର ଜୟ

ମନ୍ଦତାର ସମାପ୍ତ ଘଟିବ

ସଭ୍ୟତା କୁ ଜୀବନ୍ତ କରିବ ।


ପାର୍ବଣର ଦୀପ ଝଲକରେ

ଅଜ୍ଞାନତା ଉପରେ ଜ୍ଞାନର ଜୟ ହେଉ

ଅନ୍ଧବିଶ୍ୱାସ ଦୂର ହେଉ

ସର୍ବଦା ବିଶ୍ୱାସ ସହିତ ଝଲସି ଉଠୁ।


ପାର୍ବଣ ଦୀପର ଉପସ୍ଥିତିରେ

ତିକ୍ତ, କଠୋର ଶବ୍ଦର ବ୍ୟବହାର

ମନ ଭିତରୁ ହଟିଯାଉ

ହୃଦୟରେ ଆଉ ଦୁଃଖ ନରହୁ

ହସ ଖୁସିର ଆଲୋକ ବିସ୍ତାରିତ ହେଉ।


ପାର୍ବଣର ଏହି ଶୁଭ ମୂହୁର୍ତ୍ତରେ

ମା ଦୁର୍ଗାଙ୍କୁ ସାକ୍ଷୀରଖି,ଜାଳିବା

ମନ ଭିତରେ ପାର୍ବଣର ଦୀପ

ଅନ୍ଧାର ହଟିବ,ମନ ହେବ ଆଲୋକିତ 



Rate this content
Log in

Similar oriya poem from Abstract