Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ପାର୍ବଣ

ପାର୍ବଣ

1 min
291



ଶରତ ଋତୁଟି ତବ ଆଗମନୀ

ବାରତା ଆମକୁ ଦିଏ ।

କାଶଫୁଲ ନଈ ପଠାରେ ଦୋହଲି

ହସି ଗୀତ ଗାଉଥାଏ ।୧।

ଆସିଛି ପାର୍ବଣ ମାଆ ଆସିଛନ୍ତି

ଧରାଧାମକୁ ଓହ୍ଲାଇ ।

ଦୁଷ୍ଟ ରାକ୍ଷସଙ୍କୁ ନିପାତ କରିବେ

ସନ୍ଥଙ୍କୁ ପାଳିବେ ସେହି ।୨।

ଆକାଶ କି ତୋରା ଶୁଭ୍ର ଚନ୍ଦ୍ରାତପ

ଇନ୍ଦ୍ର କି ବାନ୍ଧି ଅଛନ୍ତି ।

ଦଶଭୁଜା ମାତା ଏ ଧରାପୃଷ୍ଠରେ

ସ୍ଥାନେ ସ୍ଥାନେ ବିରାଜନ୍ତି ।୩।

ଚନ୍ଦ୍ରାତପ ତଳେ ଆଟୋପେ ସାଜିଛି

ସୁଦୃଶ୍ୟ ତୋରଣ ରାଜି ।

ମହାମାୟୀ ବିଜେ କରିଛନ୍ତି ଦେଖ

ବାଜେ ବାଦ୍ୟରାଜି ଆଜି ।୪।

ଘଣ୍ଟ ଘଣ୍ଟା ବୀର କାହାଳୀ ଶଙ୍ଖର

ଧ୍ୱନି ପୂରିତ ଜଗତ ।

ମନ୍ତ୍ର ଉଚ୍ଚାରଣ ଶୁଭୁଛି ଗହଳ

ଚହଳ ଶବ୍ଦ ଧ୍ୱନିତ ।୫।

ଯାଗ ଯଜ୍ଞାହୁତି ବାସରେ ବାସିତ

ଗଗନ ପବନ ଆଜି ।

ପୂଜା ମଣ୍ଡପର ସାଜସଜ୍ଜା ମୋହେ

ମୋହିତ ଜନତାରାଜି ।୬।

ନିଜ ନିଜ ମାନସିକ ଅଭିଳାଷ

ନିବେଦନ୍ତି ମାତା ପାଶେ ।

ଆଶିଷ ଲଭନ୍ତି ଦୁର୍ଗତି ହରନ୍ତି

ଦୁର୍ଗା ମାତା ଅବଶେଷେ ।୭।

ଶରଣାଗତ ରକ୍ଷକ ନାରାୟଣୀ

ପରିତ୍ରାଣର କାରିଣୀ ।

ସର୍ବ ମଙ୍ଗଳର ବିଧାତ୍ରୀ ଜନନୀ

ଅଭୟ ବରଦାୟିନୀ ।୮।

ପାର୍ବଣରେ ବନ୍ଦି ମାତାଙ୍କ ପୟର

ଲଭ ମାତାଙ୍କ ଆଶିଷ ।

ସରବ ମଙ୍ଗଳ ହୋଇବ ତୁମର

ଯିବ ଦୁଃଖ ଭୟ କ୍ଳେଶ ।୯।


Rate this content
Log in

Similar oriya poem from Inspirational