STORYMIRROR

Jyotsnarani Panda

Classics

3  

Jyotsnarani Panda

Classics

ପାର୍ବଣ ପ୍ରୀତିର ନିଶା

ପାର୍ବଣ ପ୍ରୀତିର ନିଶା

1 min
254

ତୁମେ ଶରତ ସଞ୍ଜର ଶୁଭ୍ର କାଶତଣ୍ଡୀ 

    ମୁଁ ଆଞ୍ଜୁଳେ ଆଶ୍ଵିନ ଆଶା 

ଦେବୀ ଆବାହନେ ତୁମ ଆକର୍ଷଣ 

   ମୁଁ ପାର୍ବଣ ପ୍ରୀତିର ନିଶା ।।


ତୁମେ ସ୍ବଚ୍ଛ ଶରତର ଶିରି ଶିରି ବାଆ 

   ମୁଁ ଆଶ୍ଵିନ ଆଖିର ଆଭା 

ତୁମେ ପାର୍ଵଣର ପହିଲି ପୁଲକ 

   ମୋ ଦେହସାରା ବର୍ଣ୍ଣଵିଭା ।।



ତୁମେ ଶରତ ସକାଳ ସୁନାଝରା ସାଥୀ 

   ମୁଁ ଆଶ୍ଵିନର ଆନମନା 

ପାର୍ବଣ ପିନ୍ଧିଛି ମୃତ୍ୟୁର ଭୂଷଣ 

   ଛୁଇଁବା ଯେ ତାକୁ ମନା ।।



ତୁମେ ସ୍ନେହ ସରସର ଶରତ ଶଯ୍ୟାର 

    ପବିତ୍ର ପାଦର ଝୋଟି 

ମୁଁ ଅସୁମାରୀ ଆଶା ଆଙ୍କିଛି ମନରେ 

   ମାଆ ସତେ ଶୁଣିଵେଟି ।।



ତୁମେ ଶରତ ଆକାଶ ତୋଫା ତୋଫା ଚାନ୍ଦ 

    ପୁଣ୍ୟ ପ୍ରଣୟର ଗୀତି 

ମୁଁ ମାଆର ପଣତ ପାଇଁ ପ୍ରଧୂମିତ 

   ଲୁହେ ଜାଳେ ସଞ୍ଜଵତୀ ।।



ତୁମେ ପାର୍ଵଣ ପାଉଁଜି ରୁଣୁଝୁଣୁ ସ୍ବର 

   ନୂପୁର ନିକ୍ଵଣ ନାଦ 

ମୁଁ ଆହ୍ଲାଦିତ ଏକ ସ୍ଵକ୍ଷ୍ମ ଶିହରଣ 

   ଓଦା ଓଦା ମୋର ହୃଦ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics