STORYMIRROR

Rajakishore Mundi

Inspirational

3  

Rajakishore Mundi

Inspirational

ପାପପୁଣ୍ୟ

ପାପପୁଣ୍ୟ

1 min
190


 ଶିଶୁର ହୃଦୟ ଅଟଇ ନିଷ୍ପାପ 

       ଜାଣେ ନାହିଁ ପାପପୁଣ୍ୟ

ସ୍ବପ୍ନ ଦେଖେ ସିଏ ବଡହୋଇ ଦିନେ

        ଗାନ୍ଧୀ ପରି ହେବ ଜଣେ !!୧!!

ସଂସାର ରୂପକ ନାଟକ ହାଟରେ

       ସଉଦା କରିବା ବେଳେ

ଜ୍ଞାତ ଅଜ୍ଞାତରେ ପାପ ହୋଇ ଯାଏ

        ନିନ୍ଦା ଅପବାଦ ମିଳେ !!୨!!

ଏ କଥାର ତତ୍ୱ ଜାଣିକି ପାରିବ

        ଈଶ୍ୱରଙ୍କ ବିନା କେହି

 ହୃଦୟେ ମନ୍ଦିରେ ଈଶ୍ୱରଙ୍କ ଭାବ

       ମନେ ଥିବ ସଦା ରହି !!୩!!

ହିସାବ ରଖିଲେ ପାପପୁଣ୍ୟ ଫଳ

        ପାପ ଆସେ ନାହିଁ ମନେ

ଶୁଦ୍ଧ ପୁତ୍ତ ହୋଇ ପୁଣ୍ୟ କାର୍ଯ୍ୟ ମାନ

       ରଖି ଥାଏ ସଦା ଧ୍ୟାନେ !!୩!!

ଭଲ କାମକରି  ଅର୍ଜନ କରଇ

       ସଂସାରରେ ଯେତେ ପୁଣ୍ୟ

ସ୍ବର୍ଗୀୟ ଆନନ୍ଦେ ହସିବ ସଂସାର 

       ଜୀବନ ହୋଇବ ଧନ୍ୟ!!୪!!

ପାପ କରି ଦିଏ ନର୍କ ପଥଗାମି

        ମଣିଷ ଲଭଇ ଦୁଃଖ

ଧର୍ମର ପଥରେ ଚାଲିଲେ ସଂସାରେ

        ଲଭିବୁ ସଂସାରେ ସୁଖ !!୫!!


Rate this content
Log in

Similar oriya poem from Inspirational