STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ପାପୀ

ପାପୀ

1 min
190


ପ୍ରଭୁ, ପାପୀ ମଣିଷ ମୋତେ ଦଣ୍ଡିତ କର

ଭୁଲ୍ ମୁଁ କରୁଛି, ସ୍ୱାର୍ଥରେ ବଞ୍ଚୁଛି 

ଅହଙ୍କାରେ କେତେ ଜୀବନ କାଟୁଛି, 

ହିଂସାରେ ଚାଲିଛି, ଇର୍ଷାରେ ଜଳୁଛି

ନିର୍ଦ୍ଦୟ ହୋଇ ନିରୀହ ମନକୁ ମାରୁଛି, 

କାହାପ୍ରତି ନାହିଁ ସ୍ନେହ ଦୟା ମୋର

ପାପୀ ମଣିଷ ମୋତେ ଦଣ୍ଡିତ କର (୧) 


ସତ ମିଛର ଏ ଦୁନିଆ ମାୟାର

କିଏ ପର ଏଠି କିଏ ଆପଣାର, 

ତୁହି ଏକା ଜାଣୁ ସୁଖଦୁଃଖ ମୋର

କେତେ ପୂଣ୍ୟ ଫଳେ ଏ ଜନମ ମୋହର, 

କ୍ଷମା ନାହିଁ ଜମା ମୋରି କର୍ମର

ପ୍ରଭୁ, ପାପୀ ମଣିଷ ମୋତେ ଦଣ୍ଡିତ କର (୨) 


ଧନସମ୍ପତ୍ତିର ଲୋଭରେ ଜୀବନ

ସମ୍ମାନ ଯାଉ ମିଳୁ ପଛେ ଅପମାନ, 

ପରିବାର ଭାସିଯାଉ କି ଯାଏ ମୋର

ସ୍ୱାର୍ଥ ନ ପୂରିଲେ ଏଠି ସବୁ ପର, 

ଜାଣିଛ ତୁମେ କଥା ଏହି ମନ ଭିତରର

ପ୍ରଭୁ, ପାପୀ ମଣିଷ ମୋତେ ଦଣ୍ଡିତ କର (୩) 


ପୁରୁଷ କି ହେଉ ନାରୀ ତୋ' ପାଇଁ ସମାନ

ଅଜ୍ଞାନ ଅଟେ ଏ ଅଧମ ରହୁ ତୁମ ମାନ, 

ଭକ୍ତିହୀନ ମନ ଏଠି ଅଭାବ ଭାବର

ଲୋକ ଦେଖାଣିଆ ଲାଗେ କିଛି ମଣିଷର, 

ଅଧର୍ମ ବିନାଶ କରି ଧର୍ମ ସ୍ଥାପିତ କର

ପ୍ରଭୁ, ପାପୀ ମଣିଷ ମୋତେ ଦଣ୍ଡିତ କର (୪) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract