ପାପୀ ଟିଏ ବୋଲି କେତେ ପାପ ମୁ
ପାପୀ ଟିଏ ବୋଲି କେତେ ପାପ ମୁ
କେତେ ପାପ ମୁଁ ଯେ
କରିଛି ଜୀବନେ
ଦରିଆରେ ଯେତେ ପାଣି
ଜନମ କାଳରୁ
ଆଜି ଯାଏ ମାଆ
ପାରୁ ନାହିଁ ମୁଁ ଯେ ଗଣି
ମାଆ ଶାରଳା
ପାରୁ ନାହିଁ ମୁଁ ଯେ ଗଣି ।
ମାୟା ମୋହ ଜାଲେ
ଛନ୍ଦି ହୋଇ ମାଆ
ତୋତେ ମୁଁ ଦେଲି ପାଶୋରି
ଅଜ୍ଞାନ ଅନ୍ଧାରେ
ପଥ ହୁଡ଼ି ମାଆ
ଅବାଟର ପଥଚାରୀ
ମୋ ପାଇଁ କେ ଭଲ
କିଏ ପୁଣି ଭେଲ
କିଛି ମୁଁ ପାରୁନି ଜାଣି।
ମାଆ ଶାରଳା
ପାରୁ ନାହିଁ ମୁଁ ଯେ ।
ପାପ ପଙ୍କେ ପଡ଼ି
ଗଲି ତୋତେ ଭୁଲି
ଆଉ କରିବିନି ଭୁଲ
ତୁ ପରା ମୋ ମାତା
ମୁଁ ତୋର ସନ୍ତାନ
ତୁ ମୋ ଜୀବନ ସକଳ
କରୁଛି ଜଣାଣ ଦେବୁ ମାଆ ଶରଣ
ଏତିକି ମୋର ମାଗୁଣି
ମାଆ ଶାରଳା
ପାରୁ ନାହିଁ ମୁଁ ଯେ ।