STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ପାପୀ ଟିଏ ବୋଲି କେତେ ପାପ ମୁ

ପାପୀ ଟିଏ ବୋଲି କେତେ ପାପ ମୁ

1 min
205

କେତେ ପାପ ମୁଁ ଯେ 

   କରିଛି ଜୀବନେ

ଦରିଆରେ ଯେତେ ପାଣି

ଜନମ କାଳରୁ 

   ଆଜି ଯାଏ ମାଆ

ପାରୁ ନାହିଁ ମୁଁ ଯେ ଗଣି

 ମାଆ ଶାରଳା

   ପାରୁ ନାହିଁ ମୁଁ ଯେ ଗଣି ।


ମାୟା ମୋହ ଜାଲେ 

  ଛନ୍ଦି ହୋଇ ମାଆ 

ତୋତେ ମୁଁ ଦେଲି ପାଶୋରି

ଅଜ୍ଞାନ ଅନ୍ଧାରେ 

   ପଥ ହୁଡ଼ି ମାଆ

ଅବାଟର ପଥଚାରୀ

ମୋ ପାଇଁ କେ ଭଲ

କିଏ ପୁଣି ଭେଲ

  କିଛି ମୁଁ ପାରୁନି ଜାଣି।

ମାଆ ଶାରଳା

  ପାରୁ ନାହିଁ ମୁଁ ଯେ ।


ପାପ ପଙ୍କେ ପଡ଼ି

  ଗଲି ତୋତେ ଭୁଲି

ଆଉ କରିବିନି ଭୁଲ

ତୁ ପରା ମୋ ମାତା

  ମୁଁ ତୋର ସନ୍ତାନ

ତୁ ମୋ ଜୀବନ ସକଳ

କରୁଛି ଜଣାଣ ଦେବୁ ମାଆ ଶରଣ

ଏତିକି ମୋର ମାଗୁଣି

ମାଆ ଶାରଳା

 ପାରୁ ନାହିଁ ମୁଁ ଯେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational