STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ପାପୀ ମନ

ପାପୀ ମନ

1 min
2.9K

ଦୁନିଆ ଯାକର ସୁଖ

ଜାଳି ଯାଉ

ଭସ୍ମ ହେଇ ପାଉଁଶ ହେଉ

ନୀରୀମାଖି ମନ ଉଦାସ ହେଉ

ବନ୍ୟାରେ ଧରଣୀ ଭାସି ଵି ଯାଉ

ଭୂମିକମ୍ପରେ

ପୃଥିବୀର ବକ୍ଷ ଚିରିଯାଉ

ବାତ୍ୟାରେ ସବୁ ଉପୁଡ଼ିଯାଉ

ବଜ୍ରରେ ଏ ମହୀ ଫାଟି ଯେ ପଡ଼ୁ ମରୁଡ଼ି ହେଉ

ଭୋକ ଉପାସରେ ନିରୀହ ମରୁ

ସଭିଙ୍କ ହୃଦୟ ପଥର ହେଉ

ସୁଖ ଶାନ୍ତି ସବୁ ଉଭେଇଯାଉ

ସଭିଙ୍କ ଆଖିରେ ଲୁହ ଵି ଝରୁ

ମମତା ସେନେହ ଦୁରେଇ ଯାଉ


ମୋ ସୁନା ସପନ ସତ ଯେ ହେଉ

ମୋ ଜୀବନେ ସୁଖ ପସରା ଖେଳୁ

ମୋ ଲାଗି ଧରଣୀ ସରଗ ହେଉ

ମୁଁ ସୁଖରେ ଥିଲେ

ଦୁନିଆ ମଝି ନଈରେ ଭାସିଯାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract