Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Henarani Senapati

Inspirational Children

4.0  

Henarani Senapati

Inspirational Children

ପାପା

ପାପା

1 min
347


ମନରେ ଭାବନା ସ୍ୱପ୍ନରେ କଳ୍ପନା 

କେବେ ମୁଁ କରିନଥିଲି ।

ତୁମେ ଗୌର କୃଷ୍ଣ ମୋ ଜୀବନଧନ 

ମୋ କୋଳେ ଆସିବ ବୋଲି ।।


ତୁମେ ଥିଲ ମୋର ସ୍ୱପ୍ନ ମିଶା ଆଶା

ପରିପୂର୍ଣ୍ଣ କଲ କୋଳ ।    

ଆହାନ ମୋ ଧନ ଜେଜେ ମା ଜୀବନ

ଜେଜେଙ୍କର ଗଣ୍ଠି ମାଳ ।।


ମାମାଙ୍କ ସୌନ୍ଦର୍ଯ୍ୟ ଘେନ ହେ ମୋହନ

ସଭିଙ୍କ ଜୀବନଧନ ।

ମାମା ମନେ କେବେ କଷ୍ଟ ଦେବ ନାହିଁ 

ସଦା ମୋହୁଥିବ ମନ ।।


ନୀଳ ଆକାଶର ଚନ୍ଦ୍ରାଲୋକରେ

ତମକୁ ମୁଁ ଖୋଜୁ ଥିଲି । 

କୁନି କୁନି ତାରା ନକ୍ଷତ୍ରଙ୍କ ମେଳେ

ତମ ମୁହଁ ଦେଖୁଥିଲି ।।


ତୁମ କୁନି ହାତ ପରଶରେ ମୋର 

ମୁଗ୍ଧ ହେଲା ଶ୍ରୀ ନୟନ ।

ତୁମ ପାପା ଡାକ ସ୍ତବ୍ଧ କଲା ମତେ 

ଲୁହ ପୁରିତ ନୟନ ।।


କି ହେଲା ଆହାନ ମୋ ଜୀବ ଜୀବନ 

ଶୁଖିଛି ମୁହଁ ଟି କାହିଁ ।

"ବୁଲିବାକୁ ଯିବି ହୋଟେଲ୍ ଦେଖିବି

ଚିକେନ ଖାଇବି ମୁହିଁ " ।।


ଉଠାଇଲି ହସ୍ତେ ଟେକିଲି ଆକାଶେ

ହସି ଦେଲେ ଫିସ୍ କରି ।

ହାତ ମୋ ମୁକୁଳା ଛନକା ପଶିଲା 

ଭୟରେ ଗଲି ମୁଁ ଥରି ।।


ଲକ୍ଷ୍ୟ ରଖିଥିଲି ପୁଅକୁ ତ ମୁହିଁ 

ଆକାଶୁ ପଡିଲେ ଖସି ।

ହାତରେ ତ ମୋର ଧରି ପକେଇଲି 

ମାମା ଦେଲେ ମତେ କସି ।।


କେତେ ଭାଗ୍ୟ ବଳେ ନାତି ମୁଁ ପାଇଛି 

ଏମିତି କରି କେ ଖେଳେ ।

ଆଉ ଧରିବୁନି ନାତି କି ମୋର ତୁ

ବାପା କହି ଦେଲେ ଆଳେ ।।


ଅଜା ଆଇ ନାନୀ ମାଉସୀମାନଙ୍କ

ସାଙ୍ଗରେ ପୁଅ ମୋହରି ।

କନଫରେନ୍ସ କରି ଭିଡିଓ କଲରେ 

ଗପେ ବଡ ଲୋକ ପରି ।।


ସକାଳୁ ଉଠିଲେ ହସି ହସି ଆସି 

ମତେ କୁହନ୍ତି କାନରେ ।

ଚିକେନ ଟିକିଏ ଆଣିବ ତ ପାପା

କେବେଠୁଁ ବାଜିନି ପାଟିରେ ।।


ମୋ ପୁଅ ନିରୀହ ଭୋଳା ପଣ ଦେଖି 

ହୃଦୟ ଖୁସିରେ ଭରି ।

ଭଗବାନ ତାଙ୍କୁ ଆୟୁଷ ଦିଅନ୍ତୁ

ବିଦ୍ୟା ବୁଦ୍ଧି ଜ୍ଞାନ ଭରି ।।



Rate this content
Log in

Similar oriya poem from Inspirational