ପାପ ପଞ୍ଜୁରୀରେ ପୁଣ୍ୟ ଶାରୀ
ପାପ ପଞ୍ଜୁରୀରେ ପୁଣ୍ୟ ଶାରୀ
ପାପ ପଞ୍ଜୁରୀରେ ପୁଣ୍ୟ ଶାରୀଟିଏ
ହେଉଥାଏ ଛଟପଟ
ମୁକୁଳିବା ପାଁଇ କରୁଥାଏ ଚେଷ୍ଟା
ଖୋଜୁଥାଏ ତାର ବାଟ ।
ପାପ ଭାରା ଏଠି ନୀତି ବଢୁଅଛି
ସହି ହେଉନାହିଁ ପରା
ଅଧର୍ମ ପାଖେ ସତ୍ୟ ବନ୍ଧା ଅଛି
ମୁକୁଳି ପାରୁନି ପରା ।
ପୁଣ୍ୟ ଶାରୀଟିଏ ବନ୍ଦୀ ହୋଇ ଅଛି
ପାଇବାକୁ ଚାହେଁ ମୁକ୍ତି
ଖୋଲା ଆକାଶଟି ତା ଲାଗି ସୁନ୍ଦର
ଶିକୁଳି ପାରେନି ଫିଟି ।
ଗୁମୁରି ଗୁମୁରି କାନ୍ଦୁ ଥାଏ ଶାରୀ
ଶୁଣିବାକୁ କେହି ନାହିଁ
ପାପ ପଞ୍ଜୁରୀରେ ଦିନ କାଟେ ଶାରୀ
ସୁଖ ଭାଗ୍ୟେ ତାର ନାହିଁ ।