STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ପାନ୍ଥଶାଳା,,,,,,,,,,,,,,,,,,,,

ପାନ୍ଥଶାଳା,,,,,,,,,,,,,,,,,,,,

1 min
14



ପାନ୍ଥଶାଳା ଜାଣେନା

କାହାର ଠିକଣା କେଉଁଠି

ପଥିକକୁ ସିଏ ରାତିକ ପାଇଁ

  ଆଶ୍ରୟ ଦେଇଛି

କହାରି କେଉଁ ଧର୍ମ କିଏ

  କେଉଁ ବର୍ଣ୍ଣ

କାହାରି ଠାରୁ ପଚାରି ବୁଝେନା

କାହାର ଯାତ୍ରା କେତେ ଦୂର

ଏକଥା ସିଏ କହି ପାରେନା

କେବଳ ସେ ରାତିକର

   ମୂକସାକ୍ଷୀ

 ସାକ୍ଷୀ ହୋଇ ରହିଛି

ଅମା ଅନ୍ଧାରରେ ସର୍ବେ

ନିଦ୍ରାରତ କେବଳ ଅନ୍ତରର

ଦରଦକୁ ସିଏ ନିଜ ଜଡ଼

 ହୃଦୟେ କଳି ପାରିଛି

 କେତେ ବେଳେ କିଏ ଆସେ

   କିଏ ଯାଏ

ତାହାର ହିସାବ ଦେଇ ପାରେନି

କେବଳ ପଦ ଶବ୍ଦ

  ଶୁଣି ପାରିଛି

ପାନ୍ଥଶାଳା ସେ ଆଶ୍ରୟଦାତା

ଆଶ୍ରୟ ଦେବା ତାର ଧର୍ମ

 ସେତିକି କେବଳ ଜାଣିଛି



Rate this content
Log in

Similar oriya poem from Inspirational