STORYMIRROR

Krushnapriya Mohapatra

Abstract

4  

Krushnapriya Mohapatra

Abstract

ପାଣି ସୋମନାଥ

ପାଣି ସୋମନାଥ

1 min
23.4K

ପୁଣ୍ୟତୋୟା ନଦୀ ଭାର୍ଗବୀ କୁଳରେ

          ଶ୍ରୀକ୍ଷେତ୍ର ଅନତୀ ଦୂରେ 

 ପ୍ରଭୁ ସୋମନାଥ ଜଗତ ଇଶ୍ୱର

          ବିରାଜିତ ସେ ଗ୍ରାମରେ


ଗ୍ରାମ ନାମ ବୀର ବଳଭଦ୍ର ପୁର

           ବ୍ରାହ୍ମଣ ଶାସନେ ଖ୍ୟାତ

ନଦୀ ତୀରେ ଉଭା ପାଣି ସୋମନାଥ

            ମହିମାରେ ବିମଣ୍ଡିତ।


ନାରୀକେଳ ,ଆମ୍ର ପଣସ ବୃକ୍ଷରେ

          ପରିପୂର୍ଣ୍ଣ ସେହି ଗ୍ରାମ

ପ୍ରତ୍ୟକ୍ଷ ଅଟଇ ମହିମା ତାଙ୍କର

           ପ୍ରସିଦ୍ଧ ଅଟେ ସେ ଧାମ।

           

ଗଭୀର ନଦୀର ଗଣ୍ଡେ ଯାଉଥିଲା

      ଦିନେ ସେ ନାଉରୀ ଭାଇ

କାତ ମାରୁଥିଲା ସୁମରଣାକରି

       ପ୍ରଭୁ ଜଗନ୍ନାଥେ ଧ୍ୟାୟୀ


କାତ ତା ବାଜିଲା ଶବଦ ଆସିଲା

        ଆଃ ବୋଲି ଶୁଭିଲା କାହିଁ

ଚାହିଁଲା ପାଣିକି ଲୋହିତ ଦିଶୁଛି

         ଯାଉଛି ଲହୁ କି ବୋହି।


ଭୟରେ କାତର ହୋଇ ଉଠିଲା ସେ

          ଲେଉଟିଲା ନିଜ ଘର

ସ୍ବପ୍ନ ରେ କହିଲେ ଜଳେ ମୁଁ ରହିଛି

           ସ୍ଥାପି ମୋତେ ପୁଜା କର


ସେହି ଦିନ ଠାରୁ ପୁଜା ପାଉଛନ୍ତି

           ଦୃଶ୍ୟ ହୋଇ ନଦୀତୀରେ

ନାମ ଯେ ବିଖ୍ୟାତ ପାଣି ସୋମନାଥ

           ପ୍ରଣାମ କରେ ପୟରେ।


ଅନେକ ପ୍ରକାର ପର୍ବଯେ ପାଳିତ

       ହୁଏ ସେ ପବିତ୍ର ସ୍ଥାନେ

 ସୁନ୍ଦର ଅତି ସେ ଦେବଙ୍କ ବିବାହ

        ଶୀତଳ ଷଷ୍ଠୀ ର ନାମେ।


ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ପଞ୍ଚମୀର

           ମଙ୍ଗଳ ସମୟ ଶୁଭ

ବିବାହ କରନ୍ତି ମାତା ପାର୍ବତୀ ଙ୍କୁ

           ଦେବ ଦେବ ମହାଦେବ


ବହୁ ଆଡମ୍ବରେ ବିବାହ ଉତ୍ତାରେ

          ଗୁଆଲି ବୁଲନ୍ତି ପ୍ରଭୁ।

ଗ୍ରାମେ ବୁଲି ପନ୍ତି ଭୋଗ ହୋଇଥାନ୍ତି

         ବିବାହିତ ବର ବଧୂ।


ଦ୍ୱିତୀୟ ଖଣ୍ଡିର ବିଶ୍ୱନାଥଦେବ

       ସୋମନାଥ ଙ୍କ ସହିତ

ହୋଇରହିଥାନ୍ତି ଯହିଁ ଖୁଣ୍ଟିଲାଗି 

        ବାଣହୁଏ ପ୍ରଦର୍ଶିତ

          

ନିଜ ନିଜ ଘରେ ନାନାଦି ପ୍ରକାରେ

            ସୁସ୍ୱାଦୁ ବ୍ୟଞ୍ଜନ କରି 

ପନ୍ତି ବାଢ଼ିଥାନ୍ତି ଦୁଆରେ ଦୁଆରେ

            ଭକ୍ତି ଭାବ ମନେ ଭରି।

             

ଭକ୍ତ ଭଗବାନ ଏକତ୍ର ହୋଇଣ

            ଭାଵ ରସେ ମଜ୍ଜିଯାନ୍ତି।

ଯେତେବେଳେ ହୁଏ ପ୍ରଭୁଙ୍କ ମେଳଣ

            ସୁନ୍ଦର ସେ ଭାଵ ଭକ୍ତି।


 ଧନ୍ୟ ମୁଁ ହୋଇଛି ତାଙ୍କ ସୁଦୟାରୁ

          ଜନ୍ମ ହୋଇ ସେ ସ୍ଥାନରେ

ଶ୍ରୀ ଚରଣେ ତୁମ ଶରଣ ଯାଉଛି

            ଉଦ୍ଧାର ହେ ପ୍ରଭୁ ବାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract